ଏହି ଶିଶୁଟି କୁକୁର ସହ ଏମିତି କଥା ହୋଇଥାଏ ଯାହାର ଭିଡିଓ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଏବେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ମୁହଁରେ ନିଶ୍ଚୟ ହସ ଆସିଯାଇଥାଏ। ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମେ ଆପଣଙ୍କୁ ଏଭଳି ଏକ ଭିିଡିଓ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୮ଲକ୍ଷ ଲୋକଙ୍କ ଠାରୁ ଅଧିକ ଲୋକ ଦେଖିସାରିଲେଣି। ସେହିଭଳି ଏହି ଭିଡିଓକୁ ୭୩ ହଜାର ଲୋକଙ୍କ ଠାରୁ ଅଧିକ ଲୋକ ମଧ୍ୟ ଲାଇକ୍‌ କରିସାରିଛନ୍ତି।

ଜାଣନ୍ତୁ କଣ ରହିଛି ଏହି ଭିଡିଓରେ

dog -ବାସ୍ତବରେ ଏହି ଭାଇରାଲ ଭିଡିଓରେ ଏକ ତିନି ବର୍ଷର ଶିଶୁ ନିଜର କୁକୁର ସହ ନିଜ ଭାଷାରେ କଥାବାର୍ତ୍ତା କରିବା ପାଇଁ ଚେଷ୍ଟା କରୁଛି। ଏହି ଭିଡିଓରେ ଶିଶୁଟି ନିଜର ହସ୍କୀ ଡଗ୍‌ ଭଳି ମୁହଁ ଉପରକୁ କରି ଭୋ’ ଭୋ’ କରୁଛି। ଥରେ ଶିଶୁଟି ମୁହଁ ଉପରକୁ କରି ଭୋ’ ଭୋ’ କରି ଭୁକିବା ପରେ କୁକୁରଟି ସେମିତି କରୁଛି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ୯୨ ହଜାର ସେୟାର ହୋଇସାରିଛି।
ସୂଚନା ମୁତାବକ ଏହି ଭାଇରାଲ ଭିଡିଓକୁ Alixandria Smith ନାମକ ଗଣେ ବ୍ୟକ୍ତି ଫେସବୁକରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେ ଗତ ୨୬ ଫେବୃଆରୀରେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓ ସେୟାର କରିବା ସହ Alixandria Smith ଲେଖିଛନ୍ତି, ଯଦି ଆପଣଙ୍କ ପିଲାଙ୍କୁ ମଧ୍ୟ ଲାଗିଥାଏ ସେ ହସ୍କୀ କୁକୁର ସହ କଥା ହୋଇପାରିବେ ତେବେ ଏପରି ହୋଇଥାଏ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.