Below header

ଭକ୍ତଙ୍କ ବିଶ୍ୱାସ ଆଗରେ ହାର ମାନିଛି ହଜାର ହଜାର କିଲୋମିଟରର ଦୂରତା, ଉପହାର ଦେବେ ସ୍ୱର୍ଣ୍ଣ ପାଦୁକା

ହାଇଦ୍ରାବାଦର ଏହି ଭକ୍ତ ପ୍ରଭୁ ରାମଙ୍କ ଉପରେ ଥିବା ବିଶ୍ୱାସ ଏବଂ ତାଙ୍କ ବାପାଙ୍କ ସ୍ୱପ୍ନକୁ ପୂରା କରିବାକୁ ଯାଇ ହାଇଦ୍ରାବାଦରୁ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ୬୪ ବର୍ଷ ବୟସରେ ସୁନାରେ ନିର୍ମିତ ପାଦୁକା ଉପହାର ଦେବା ପାଇଁ ହଜାର ହଜାର କିଲୋମିଟର ଅତିକ୍ରମ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।

ଆସ୍ଥା ଏବଂ ବିଶ୍ୱାସ ଦୃଢ଼ ଥିଲେ ଅସମ୍ଭବ ବି ସମ୍ଭବ ହୁଏ । ଏଭଳି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି । ଭଗବାନ ରାମଙ୍କ ଜଣେ ଭକ୍ତଙ୍କ ବିଶ୍ୱାସ ଆଗରେ ହାର ମାନିଛି ହଜାର ହଜାର କିଲୋମିଟରର ଦୂରତା । ଭଗବାନ ରାମଙ୍କ ସ୍ୱର୍ଣ୍ଣ ପାଦୁକା ମୁଣ୍ଡରେ ଧରି ଦୀର୍ଘ ୮ ହଜାର କିଲୋମିଟର ଚାଲି ଚାଲି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ଏ ବୃଦ୍ଧ ବ୍ୟକ୍ତି । ବୟସକୁ ଖାତିର କରି ନାହାନ୍ତି ସେ । ତାଙ୍କ ମନରେ କେବଳ ରାମ ହିଁ ରାମ । ରାମଙ୍କ ନାମ ଜପି ଜପି ସ୍ୱର୍ଣ୍ଣ ପାଦୁକାକୁ ମୁଣ୍ଡରେ ଧରି ଆଗକୁ ଆଗକୁ ଚାଲିଛନ୍ତି । ବୟସ ହୋଇ ଯାଇଥିଲେ ବି ଟିକେ ଥକି ନାହାନ୍ତି ।

ହାଇଦ୍ରାବାଦର ଏହି ଭକ୍ତ ପ୍ରଭୁ ରାମଙ୍କ ଉପରେ ଥିବା ବିଶ୍ୱାସ ଏବଂ ତାଙ୍କ ବାପାଙ୍କ ସ୍ୱପ୍ନକୁ ପୂରା କରିବାକୁ ଯାଇ ହାଇଦ୍ରାବାଦରୁ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ୬୪ ବର୍ଷ ବୟସରେ ସୁନାରେ ନିର୍ମିତ ପାଦୁକା ଉପହାର ଦେବା ପାଇଁ ହଜାର ହଜାର କିଲୋମିଟର ଅତିକ୍ରମ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଭକ୍ତଙ୍କ ନାମ ହେଉଛି ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ । ସେ ଅଯୋଧ୍ୟା-ରାମେଶ୍ୱରମ୍ ମାର୍ଗ ଦେଇ ଯାତ୍ରା କରୁଛନ୍ତି, ଯେଉଁ ରାସ୍ତାରେ ପ୍ରଭୁ ଶ୍ରୀରାମ ତାଙ୍କ ନିର୍ବାସନ ଯାତ୍ରା କରିଥିଲେ । ସେ ଜୁଲାଇ ୨୦ରେ ତାଙ୍କର ଏହି ଯାତ୍ରା ଆରମ୍ଭ କରିଥିଲେ । ରାସ୍ତାରେ ଭଗବାନଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ସମସ୍ତ ଶିବ ଲିଙ୍ଗକୁ ଦର୍ଶନ କରି ଓଲଟା କ୍ରମରେ ଯାତ୍ରା କରିବାକୁ ସେ ନିଶ୍ଚିତ କରିଛନ୍ତି ।

ଶ୍ରୀନିବାସ ଶାସ୍ତ୍ରୀ କହିଛନ୍ତି ଯେ ସେ ଚରଣ ପାଦୁକାକୁ ଅଯୋଧ୍ୟାରେ ପହଞ୍ଚିବା ପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେବେ । ତାଙ୍କ ବାପାଙ୍କ ଇଚ୍ଛା ଥିଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦେଖିବେ। କିନ୍ତୁ ସେ ଆଉ ନାହାଁନ୍ତି, ତେଣୁ ଶ୍ରୀନିବାସ ଶାସ୍ତ୍ରୀ ନିଜ ବାପାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ ଭଗବାନ ଶ୍ରୀ ରାମଙ୍କ ପାଇଁ ‘ପଞ୍ଚ ଧାତୁ’ରେ ନିର୍ମିତ ସୁନାରେ ତିଆରି ହୋଇଥିବା ପାଦୁକାକୁ ନେଇ ଯାଉଛନ୍ତି । ଦୁଇ ସପ୍ତାହ ମଧ୍ୟରେ ସେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ବୋଲି ଆଶା କରାଯାଉଛି ।

ଏହି ପାଦୁକାର ମୂଲ୍ୟ ୬୪ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଏହା ପୂର୍ବରୁ ଶାସ୍ତ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ୫ଟି ରୂପା ଇଟା ଦେଇଛନ୍ତି । ସେ ଓଡ଼ିଶାର ପୁରୀ,ମହାରାଷ୍ଟ୍ରର ତ୍ରୈମ୍ବକମ୍‌ ଗୁଜୁରାଟର ଦ୍ୱାରକା ଦର୍ଶନ କରି ସାରିଛନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ସେ ଅଯୋଧ୍ୟା ରାମ ମନ୍ଦିରରେ ପହଞ୍ଚିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ସତରେ ଏ ବୃଦ୍ଧ ବ୍ୟକ୍ତିଙ୍କ ଭକ୍ତି ଆଗରେ ଫିକା ପଡ଼ିଛି ଦୂରତା । ତାଙ୍କର ଏହି ଯାତ୍ରା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.