ଆଖିବୁଜିଲା ଟ୍ରାଙ୍କୁଲାଇଜ୍ ଦନ୍ତା, କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ମୃତ୍ୟୁ

ଆଖିବୁଜିଲା ଟ୍ରାଙ୍କୁଲାଇଜ୍ ଦନ୍ତା। ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନରେ ହାତୀର ମୃତ୍ୟୁ ହୋଇଛି। ଗତକାଲି ବୌଦ୍ଧରୁ ଆସିଥିଲା ଅସୁସ୍ଥ ହାତୀ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ସେକସନର ଲୁଇସିଂ ଗାଁରୁ କାବୁ କରିଥିବା ଦନ୍ତାକୁ କପିଳାସକୁ ପଠାଇ ଦେଇଥିଲା ବନ ବିଭାଗ।

ଢେଙ୍କାନାଳ (କେନ୍ୟୁଜ): ଆଖିବୁଜିଲା ଟ୍ରାଙ୍କୁଲାଇଜ୍ ଦନ୍ତା। ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନରେ ହାତୀର ମୃତ୍ୟୁ ହୋଇଛି। ଗତକାଲି ବୌଦ୍ଧରୁ ଆସିଥିଲା ଅସୁସ୍ଥ ହାତୀ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ସେକସନର ଲୁଇସିଂ ଗାଁରୁ କାବୁ କରିଥିବା ଦନ୍ତାକୁ କପିଳାସକୁ ପଠାଇ ଦେଇଥିଲା ବନ ବିଭାଗ। ଦନ୍ତାଟି ଆତଙ୍କ ସୃଷ୍ଟି କରିବାରୁ ତାକୁ ଟ୍ରାଙ୍କୁଲାଇଜ କରି ଅଣା ଯାଇଥିଲା।

ହାତୀଟି କଣ୍ଟାମାଳ ବନାଞ୍ଚଳକୁ ଆସି ଗାଁ ଭିତରେ ପଶି ଘରଦ୍ଵାର ଭାଙ୍ଗି ଧାନ, ଚାଉଳ ଆଦି ନଷ୍ଟ କରୁଥିଲା। ଦନ୍ତାର ମୃତ୍ୟୁ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ନିୟୋଜିତ ହେବେ ସ୍ବତନ୍ତ୍ର ଟିମ୍। ମୃତ ହାତୀର ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବରରୁ ଯାଉଛି ସ୍ବତନ୍ତ୍ର ଟିମ୍।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.