Below header

ରାମ ମନ୍ଦିରର ଉଦ୍‌ଘାଟନରେ ଅତିଥି ଏବଂ ଭକ୍ତଙ୍କୁ ମିଳିବ ତିରୁପତି ପ୍ରସାଦ, ଆନ୍ଧ୍ରରୁ ଆସିବ ୧ ଲକ୍ଷ ଶ୍ରୀବରୀ ଲଡୁ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥି ଓ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟାଯିବ ତିରୁପତିର ପ୍ରସିଦ୍ଧ ଶ୍ରୀବରୀ ଲଡୁ । ତିରୁମାଲା ତିରୁପତି ଦେବସ୍ଥାନମ (TTD) ପକ୍ଷରୁ ଏହି ଘୋଷଣା କରାଯାଇଛି । ଭିଭିଆଇପି ଓ ଶ୍ରଦ୍ଧାଳୁମାନଙ୍କୁ ୧ ଲକ୍ଷ ଲଡୁ ବଣ୍ଟାଯିବ ବୋଲି ଟିଟିଡିର ଜଣେ କାର୍ଯ୍ୟକାରୀ ଅଧିକାରୀ ଏଭି ଧର୍ମା ରେଡ୍ଡୀ କହିଛନ୍ତି ।

ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନକୁ ଆଉ କିଛି ଦିନ ବାକି ରହିଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥି ଓ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟାଯିବ ତିରୁପତିର ପ୍ରସିଦ୍ଧ ଶ୍ରୀବରୀ ଲଡୁ । ତିରୁପତି ସ୍ଥିତ ବିଶ୍ୱ ପ୍ରସିଦ୍ଧ ଭେଙ୍କଟେଶ୍ୱର ମନ୍ଦିରକୁ ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ (TTD) ପକ୍ଷରୁ ଏହି ଘୋଷଣା କରାଯାଇଛି । ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ।

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏକ ଲକ୍ଷ ଶ୍ରୀବରୀ ଲଡୁ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିବା ଟିଟିଡି ପକ୍ଷରୁ କୁହାଯାଇଛି । ଭିଭିଆଇପି ଓ ଶ୍ରଦ୍ଧାଳୁମାନଙ୍କୁ ୧ ଲକ୍ଷ ଲଡୁ ବଣ୍ଟାଯିବ ବୋଲି ଟିଟିଡିର ଜଣେ କାର୍ଯ୍ୟକାରୀ ଅଧିକାରୀ ଏଭି ଧର୍ମା ରେଡ୍ଡୀ କହିଛନ୍ତି । ପ୍ରତ୍ୟେକ ଲଡୁର ଓଜନ ୨୫ ଗ୍ରାମ ରହିବ। ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏକ ଐତିହାସିକ ମୁହୂର୍ତ୍ତ ହେବ । ଟିଟିଡିର ମୂଳ ଲକ୍ଷ୍ୟ ହେଉଛି ହିନ୍ଦୁ ଧର୍ମ, ସଂସ୍କୃତି ଓ ମୂଲ୍ୟବୋଧର ପ୍ରଚାର କରିବା। ତେଣୁ ରାମ ଜନ୍ମଭୂମି ପୂଜାରେ ଯୋଗଦେବାର ସୁଯୋଗ ପାଇ ସମ୍ମାନିତ ଅନୁଭବ କରୁଛୁ ।

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ୭ ହଜାର ଲୋକଙ୍କୁ ଆମନ୍ତ୍ରଣ କରିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି । ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ପ୍ରଧାନମନ୍ତ୍ରୀ ମୋଦି, ଆରଏସଏସ ପ୍ରମୁଖ ମୋହନ ଭାଗବତ, ଯୋଗୀ ଆଦିତ୍ୟନାଥ ସମେତ ରାଜନେତାଙ୍କଠାରୁ ଆରମ୍ଭ କରି ବଲିଉଡ୍ ଷ୍ଟାର, କ୍ରିକେଟ୍ର ଓ ଶିଳ୍ପପତି ଓ ଅନ୍ୟ ଜଣାଶୁଣା ବ୍ୟକ୍ତି ବିଶେଷ ରହିଛନ୍ତି । ଦୂରଦର୍ଶନରେ ପ୍ରସାରିତ ହୋଇଥିବା ପ୍ରସିଦ୍ଧ ରାମାୟଣ ଧାରାବାହିକରେ ଭଗବାନ ଶ୍ରୀ ରାମ ଓ ସୀତାଙ୍କ ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅରୁଣ ଗୋଭିଲ ଓ ଦୀପିକା ଚିଖଲିଆଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି ।

ପାରମ୍ପରିକ ନାଗର ଶୈଳୀରେ ନିର୍ମିତ ରାମ ମନ୍ଦିର ପରିସର ୩୮୦ ଫୁଟ ଲମ୍ବ, ୨୫୦ ଫୁଟ ଚଉଡା ଏବଂ ୧୬୧ ଫୁଟ ଉଚ୍ଚ ରହିଛି । ମନ୍ଦିରରେ ୩ଟି ଫ୍ଲୋର ରହିଛି । ପ୍ରତି ଫ୍ଲୋର ୨୦ ଫୁଟ ଉଚ୍ଚ । ମନ୍ଦିରରେ ୩୯୨ ପିଲାର ଏବଂ ୪୪ ଦ୍ୱାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.