Below header

ଜମ୍ମୁ ବସ୍‌ଷ୍ଟାଣ୍ଡରେ ଗ୍ରେନେଡ ମାଡ଼ ଘଟଣାରେ ହିଜବୁଲ ମୁଜାହିଦ୍ଦିନ୍‌ର ହାତ, ଜଣେ ମୃତ ଓ ୨୫ରୁ ଅଧିକ ଆହତ

ଜମ୍ମୁ : ଜମ୍ମୁ ବସ୍‌ଷ୍ଟାଣ୍ଡରେ ଗ୍ରେନେଡ ମାଡ ଘଟଣାରେ ଜଣେ ଗିରଫ । ୟାସର ଭଟ୍ଟକୁ ଗିରଫ କରିଛି ଜମ୍ମୁ ପୋଲିସ । ସେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିିନ ଗୋଷ୍ଠୀର ଆତଙ୍କବାଦୀ ବୋଲି ଜଣାପଡ଼ିଛି । ଏଥିସହ ଅନ୍ୟ ୯ ଜଣ ଅଟକ ଅଛନ୍ତି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି ।

GRANADE-3ଆଜି ବସ୍‌ଷ୍ଟାଣ୍ଡରେ ଥିବା ଏକ ବସ୍‌ ଉପରକୁ କିଛି ଆତଙ୍କବାଦୀ ଆସି ଗ୍ରେନେଡ୍‌ ମାଡ଼ କରିଥିଲେ । ବସରେ ୨୦ରୁ ୨୫ ଜଣ ଲୋକ ଥିଲେ । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜମ୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଖବର ଜଣାପଡ଼ିବା ପରେ ଜମ୍ମୁ-କାଶ୍ମୀର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଥିଲା । ଏହି ଅଞ୍ଚଳଟି ଜନଗହଳିପୂର୍ଣ୍ଣ ହୋଇଥିବାରୁ ପୋଲିସ ପ୍ରଥମେ ଲୋକଙ୍କୁ ଘଟଣାସ୍ଥଳରୁ ହଟାଇଥିଲା । ବସ୍‌ଷ୍ଟାଣ୍ଡ ସହ ପୂରା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ହାଇଆଲର୍ଟ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.