Kawasaki Ninja H2R : ୭୨ ଲକ୍ଷ ଟଙ୍କାର ଏହି ବାଇକ କିଣିବାରେ ପ୍ରଥମ ଭାରତୀୟ

ଦୁନିଆରେ ଭଲରୁ ଆହୁରି ଭଲ ବାଇକକୁ ଲଞ୍ଚ କରୁଥିବା ଜାପାନର ପ୍ରମୁଖ ଦୁଇ ଚକିଆ ବାଇକ ନିର୍ମାତା କମ୍ପାନୀ କାୱାସକୀ, ନିଜର ସବୁଠାରୁ ଶକ୍ତିଶାଳୀ ବାଇକ Kawasaki Ninja H2Rର ପ୍ରଥମ ଡେଲିଭରୀ କରିଦେଇଛି। ଭାରତୀୟ ବଜାରରେ ଏହି ବାଇକର ଦାମ୍ ୭୨ ଲକ୍ଷ ଟଙ୍କା ଏବଂ ଏହାର ପ୍ରଥମ ଗ୍ରାହକ ମିଳିଯାଇଛି।

ବହୁତ ଆକର୍ଷଣୀୟ ଲୁକ ସହିତ ଦମଦାର ଇଞ୍ଜିନ କ୍ଷମତାରେ ଭରି ରହିଥିବା ବାଇକରେ କମ୍ପାନୀ ୯୯୮ ସିସି କ୍ଷମତା ବିଶିଷ୍ଟ ଶକ୍ତିଶାଳୀ ଇଞ୍ଜିନର ପ୍ରୟୋଗ କରିଛନ୍ତି। ଏଥିରେ ୬ ଷ୍ପୀଡ ଗିୟରବାକ୍ସକୁ ସାମିଲ କରିଛନ୍ତି। ଏହି ବାଇକ ପ୍ରତିଘଣ୍ଟାରେ ୪୦୦ କିମି ଯାଇପାରିବ। କମ୍ପାନୀ ଗତ ବର୍ଷ ଏହାର ବୁକିଂ ଆରମ୍ଭ କରିଥିଲା। ଏହି ବାଇକର ପ୍ରଥମ ସଭିୁର୍ସିଂ ୧୫ ଘଣ୍ଟା ଭିତରେ ହେବା ଜରୁରୀ ଏବଂ ଦ୍ବୀତିୟ ସଭିର୍ସିଂ ୩୦ ଘଣ୍ଟା ଭିତରେ କରିବା ଆବଶ୍ୟକ।

ଏହି ବାଇକରେ ଲଞ୍ଚ କଣ୍ଟ୍ରୋଲ ମୁଡ୍, କର୍ଣ୍ଣରିଂ ମ୍ୟାନେଜମେଣ୍ଟ ସିଷ୍ଟମ୍, ଇଞ୍ଜିନ ବ୍ରେକ୍ କଣ୍ଟ୍ରୋଲ ଏବଂ ଟ୍ରାକ୍ସନ କଣ୍ଟ୍ରୋଲ ଭଳି ଫିଜର୍ସ ରହିଛି। ଏହି ବାଇକ୍ ଆପଣଙ୍କୁ ଦ୍ରୁତ ଗତିରେ ମଧ୍ୟ ଆରାମଦାୟକ ଡ୍ରାଇଭିଂ ପ୍ରଦାନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.