ଅନ୍ୟମାନଙ୍କୁ ତାଗିଦ କରୁଥିଲେ କିନ୍ତୁ ନିଜ ବେଳା ପଡିଗଲା ଖରାପ, ସିଟ ବେଲ୍ଟ ନଲଗାଇ ଗୀତ ବଜାଇ ନାଚି ଚାଲିଗଲା ପୋଲିସବାକୁଙ୍କ ଚାକିରି

ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା ଡ୍ୟାନ୍ସ। ସିଟ୍ ବେଲ୍ଟ ନଲଗାଇ ଗୀତ ବଜାଇ ନାଚିବା ମହଙ୍ଗା ପଡ଼ିଲା ପୋଲିସ ବାବୁଙ୍କୁ। ଭିଡିଓ ଭାଇରାଲ ପରେ ଚାଲିଗଲା ଚାକିରି। ଗୁଜୁରାଟର କଚ୍ଛ-ଗାନ୍ଧୀଧାମରେ ତିନିଜଣ ପୁଲିସ କର୍ମଚାରୀଙ୍କୁ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଯାଇଛି। ଏହି ୩ଜଣ ପୁଲିସ କର୍ମଚାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସିଟ୍ ବେଲ୍ଟ ନପିନ୍ଧି ୩ଜଣ କାର ଭିତରେ ଡ୍ୟାନ୍ସ କରୁଥିଲେ। ଆଉ ଏହି ଭିଡିଓ ଦେଖି ଏବେ ୩ଜଣଙ୍କୁ ନିଲମ୍ବିତ କରିଦିଆଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଭିଡିଓ

ସୂଚନା ମୁତାବକ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଖାକି ପୋଷାକରେ ଥିବା ଚାରିଜଣ ପୁଲିସ କର୍ମଚାରୀ ଏକ ଗାଡିରେ ବସିଥିବା ଦେଖାଯାଇଥିଲା। ଆଉ ଗାଡ଼ି ଭିତରେ ଗୀତ ବାଜୁଥିବା ସହ ଆଗରେ ବସିଥିବା ଜଣେ ପୁଲିସକର୍ମୀ ଫୋନ ଧରି ଭିଡିଓ ବନାଉଥିଲେ। ସେଲଫି କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓରେ ୪ଜଣ ବାଜୁଥିବା ଗୀତରେ ନାଚୁଥିବା ସହ କେହି ବି ସିଟ୍ ବେଲ୍ଟ ପିନ୍ଧିନଥିଲେ।

policeଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ୪ଜଣଙ୍କ ମଧ୍ୟରୁ ୩ଜଣ ଜଗଦରଶ ସୋଲଙ୍କୀ, ହରେଶ ଚୌଧୁରୀ ଏବଂ ରାଜା ହୀରାଗରଙ୍କୁ ନିଲମ୍ବିତ କରଯାଇଛି। ଏହା ସହ ଚତୁର୍ଥ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଅଧୀକ୍ଷକଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି।

ପୋଲିସ ଜଣାଇଛି ଯେ ଡ୍ରାଇଭିଙ୍ଗ ସମୟରେ ଯାତାୟତ ଆଇନକୁ ଉଲଙ୍ଘନ କରିବା ଏହା ଶୋଭା ଦେଉନାହିଁ। ଏହା ପୋଲିସ ବିଭାଗର ଅନୁଶାସନର ବାହାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.