ଆସନ୍ତାକାଲିଠାରୁ ୨୪ ତାରିଖ ଯାଏ ବର୍ଷା, ୨୩ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ

କେନ୍ୟୁଜ୍(ବ୍ୟୁରୋ): ପୁଣି କାଲିଠୁ ୪ ଦିନ ବର୍ଷା । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍‌ସ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତାକାଲିଠାରୁ ୨୪ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତକାଲି ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୨୩ ତାରିଖରେ ବର୍ଷାର ପରିମାଣ ବଢ଼ିବ ବୋଲି କୁହାଯାଇଛି ।

ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍‌ସ ଓ ଘୂର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ଉତ୍ତରପଶ୍ଚିମ ଭାରତରେ ବର୍ଷା ସମ୍ଭାବନା ରହିଛି । ପଞ୍ଜାବ, ହରିଆଣା, ଦିଲ୍ଲୀ ସମେତ କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ଜାମ୍ମୁକାଶ୍ମୀର, ଲଦାଖ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡର କିଛି ସ୍ଥାନରେ ବର୍ଷା ଓ ତୁଷାରପାତ ହୋଇପାରେ । ଆଗାମୀ ଦୁଇ ଦିନ ଉତ୍ତରପ୍ରଦେଶ ଓ ବିହାରରେ ଶୀତର ପ୍ରକୋପ ବି ଜାରି ରହିବ ।
ଆଗକୁ ବଢ଼ିବ ରାତିର ତାପମାତ୍ରା । କମିବ ଶୀତ । ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧିର ସମ୍ଭାବନା ରହିଛି । କରୁ ପୋଲିସ ଏହି ରାକେଟ ବିଷୟରେ ଜାଣିବାକୁ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.