Below header

କୋଟିଆରେ ହେବ ନାହିଁ ପଞ୍ଚାୟତ ନିର୍ବାଚନ: ପଞ୍ଚାୟତ ପ୍ରତିନିଧି ନିଦ୍ଵନ୍ଦରେ ନିର୍ବାଚିତ ହେବେ

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର କୋଟିଆରେ ବିନା ନିର୍ବାଚନରେ ପଂଚାୟତ ପ୍ରତିନିଧି ପ୍ରତିନିଧିତ୍ୱ କରିବେ । ଜିଲ୍ଲାର ସର୍ବଦଳୀୟ କମିଟି ଏହି ଘୋଷଣା କରିଛି । କୋଟିଆ ମାଟିର ସୁରକ୍ଷା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ୱ୍ଵାର୍ଡ ମେମ୍ବର ଠାରୁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ସମସ୍ତେ ନିଦ୍ଵନ୍ଦରେ ନିର୍ବାଚିତ ହେବେ । କୌଣସି ଦଳର ସଦସ୍ୟ ବା ସମର୍ଥକ ହୋଇନଥିବେ । କୋଟିଆ ମାଟି ପାଇଁ ଲଢେଇ କରୁଥୁବା ପ୍ରତିନିଧିଙ୍କୁ ମନୋନୀତ କରାଯିବ ।

ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ଵର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଏହି ଘୋଷଣା କରାଯାଇଛି । ବୈଠକରେ ବିଜେପିର ଜୟରାମ ପାଙ୍ଗି, ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି,ପଟାଙ୍ଗି ବିଧାୟକ ପ୍ରୀତମ ପାଢୀ, କୋରାପୁଟ ବିଧାୟକ ରଘୁରାମ ପଡାଲ , ପୂର୍ବତନ ପଟାଙ୍ଗି ବିଧାୟକ ପ୍ରଫୁଲ ପାଙ୍ଗି ଓ ରାମଚନ୍ଦ୍ର କାଡାମ ପ୍ରମୁଖ ଉପସ୍ଥିତ ଥିଲେ । କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ହେଉଥିବା ବେଆଇନ ପଂଚାୟତ ନିର୍ବାଚନକୁ ସର୍ବଦଳୀୟ କମିଟି କ୍ରମାଗତ ଭାବେ ବିରୋଧ କରି ଆସିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.