Below header

କେବଳ ପାଣି ବି କମାଇପାରେ ଆପଣଙ୍କ ଓଜନ, ଜାଣନ୍ତୁ କେମିତି ପିଇବେ ପାଣି

ଓଜନ ହ୍ରାସ କରିବା ଦ୍ୱାରା ଲୋକ ବହୁତ ପ୍ରୟାସ କରିଥାନ୍ତି । ହେଲେ ଆପଣ ଜାଣନ୍ତି କି କେବଳ ପାଣି ପିଇ କରି ମଧ୍ୟ ଆପଣ ଓଜନ ହ୍ରାସ କରିପାରିବେ । ପାଣି ଆମ ଶରୀରର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ । ଆମେ ନଖାଇ କିଛି ଦିନ ରହିପାରିବେ । ହେଲେ ପାଣି ନପିଇ ଆମେ ଘଣ୍ଟାଏ ବି ରହିପାରିବେ ନାହିଁ । ପାଣି ଆପଣଙ୍କ ଓଜନ ମଧ୍ୟ କମାଇ ପାରିବେ । ଆପଣ ଦିନରେ ଅତି କମରେ ୮ରୁ ୧୦ ଗ୍ଲାସ ପାଣି ପିଇବା ଉଚିତ୍‌ । ଜାଣନ୍ତୁ ପାଣି ପିଇବାର ଠିକ ତରିକା ।

୧. ଗରମ ପାଣିରେ କମିବ ଓଜନ : ସବୁଦିନ ସକାଳେ ଗରମ ପାଣି ଶରୀରରୁ ବିଷାକ୍ତ (ଟକ୍ସିକ) ପଦାର୍ଥ ବାହାରି ଯାଇଥାଏ । ଗରମ ପାଣି ପିଇବା ଦ୍ୱାରା ଭୋଜନ ହଜମ ହେବାରେ ସହଜ ହୋଇଥାଏ ଓ ଓଜନ ଶୀଘ୍ର ହ୍ରାସ କିରଥାଏ ।

୨. ଚର୍ବିକୁ କମ କରିଥାଏ : ଚର୍ବି କମ କରିବା ପାଇଁ ଆପଣଙ୍କୁ ଫ୍ୟାଟ୍‌ ବା ଚର୍ବି ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ଗରମ ପାଣି ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଚର୍ବି ଶୀଘ୍ର ହ୍ରାସ ହୋଇଥାଏ । ଆପଣଙ୍କ ଖାଦ୍ୟରେ ଗରମ ପାଣି ଜରୁରୀ ସାମିଲ କରନ୍ତୁ ।

୩. ହଜମରେ ହୋଇଥାଏ ସୁଧାର : ପାଣି ଶରୀରରେ ଏକ ଲୁବ୍ରିକେଟ ଏଜେଣ୍ଟ ପରି କାମ କରିଥାଏ । ଯାହାଦ୍ୱାରା ପାଚନ ପ୍ରକ୍ରିୟାରେ ସୁଧାର ହୋଇଥାଏ ।

୪. କୋଷ୍ଠକାଠିନ୍ୟ ଦୂର କରିଥାଏ : ପାଣି ଏକ ଲୁବ୍ରିକେଣ୍ଟ ଭଳି କାମ କରିଥାଏ । ଯାହାଦ୍ୱାରା ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଗରମ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ଓଜନ କମ୍‌ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.