ଡକାଡକି ହୋଇ ଚାଲିଗଲେ ଦମ୍ପତି, ଘରେ ସ୍ତ୍ରୀ ଓ ଦୁର୍ଘଟଣାରେ ଆଖିବୁଜିଲେ ସ୍ବାମୀ

ଢେଙ୍କାନାଳ(କେନ୍ୟୁଜ୍): ଏମିତି ବି ଆସେ ମୃତ୍ୟୁ । ଘର ଭିତରୁ ସନ୍ଦେହଜନକ ଭାବରେ ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟପଟେ ଦୁର୍ଘଟଣାରେ ଯାଇଛି ସ୍ୱାମୀଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଦିଲ୍ଲୀପ ନାୟକ ଓ ତାଙ୍କ ସ୍ତ୍ରୀ ପିଞ୍ଜିରୀ ନାୟକ ।
ଶାଶୁ ଘରୁ ପିଞ୍ଜିରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସେହିପରି ଦିଲ୍ଲୀପ ବାଇକ୍ ଯୋଗେ ଯିବା ବେଳେ ଗଁଦିଆ ଥାନା ବିଶ୍ୱନାଥପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କସହ ଥିବା ଅନ୍ୟ ଜଣେ ଆରୋହୀ ଗୁରୁତର ହୋଇଛନ୍ତି ।