ମହଙ୍ଗା କାର ମାଲିକଙ୍କ ଠାରୁ RTO ଆଦାୟ କଲା ୨୮ ଲକ୍ଷ ଟଙ୍କାର ଟ୍ୟାକ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଅହମଦାବାଦର ଆରଟିଓ ବିଭାଗ ଜଣେ ମହଙ୍ଗା କାର ମାଲିକ ରଣଜିତ ଦେଶାଇଙ୍କ ନିକଟରୁ ୨୮ ଲକ୍ଷ ଟଙ୍କାର ଟ୍ୟାକ୍ସ ଆଦାୟ କରିଛନ୍ତି । ଅହମଦାବାଦ ଆରଟିଓ ସହରରେ ଟ୍ୟାକ୍ସ ନଦେଇ ବୁଲୁଥିବା ଗାଡି ମାନଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିଲେ ଯେଉଁଥିରେ ସହରର ପୋଷ ଏରିଆରେ ବୁଲୁଥିବା ମହଙ୍ଗା ଲକ୍ଜୁରୀ ଏବଂ ବିଦେଶୀ ଗାଡି ଗୁଡିକୁ ଅଟକାଇବା ସହିତ ସେମାନଙ୍କର କାଗଜପତ୍ର ଯାଞ୍ଚ କରୁଥିଲେ ।

 

ଏହି ଯାଞ୍ଚ ସମୟରେ ମର୍ସିଡିଜ, ପୋର୍ସ, ବିଏମଡ଼ବ୍ଲ୍ୟୁ, ରେଞ୍ଜ ରୋଭର ଫର୍ଚ୍ୟୁନର ଇତ୍ୟାଦି ଗାଡି ଗୁଡିକ ବିନା ଡକ୍ୟୁମେଣ୍ଟ ଓ ବିନା ଭେଇକିଲ ଟ୍ୟାକ୍ସରେ ସହରରେ ବୁଲୁଥିବା ନଜରକୁ ଆସିଥିଲା । ତେବେ ସେଥିମଧ୍ୟରୁ ଜର୍ମାନ ଅଟୋମୋବାଇଲସ କମ୍ପାନୀର କାର ପୋର୍ସ ୯୧୧ କୁ ଆରଟିଓ ଜବତ କରିଥିଲା । ଏହା ଉପରେ ୧୬ ଲକ୍ଷ ଟଙ୍କାର ଟ୍ୟାକ୍ସ ସହିତ ୭ ଲକ୍ଷ ୬୮ ହଜାର ଟଙ୍କାର ସୁଧ, ୪ ଲକ୍ଷ ଟଙ୍କାର ପେନାଲଟି ଓ ୨୫ ପ୍ରତିଶତ ଅରିଜିନ ଟ୍ୟାକ୍ସ ସହିତ ପୋର୍ସ କାର ମାଲିକ ଠାରୁ ୨୭ ଲକ୍ଷ ୬୮ ହଜାର ଟଙ୍କା ଆଦାୟ କରିଥିଲା ।

Image result for Porsche

 

୪ ସିଟର ଏବଂ ୬ ସିଲିଣ୍ଡର ଵାଲା ଏହି କାରର ଦର ୭୦ ଲକ୍ଷରୁ ୨.୫୦ କୋଟି ପର୍ଯ୍ୟନ୍ତ ହୋଇଥାଏ । ବର୍ତ୍ତମାନ ଯାତାୟାତ ସମୟରେ ପୋଲିସ ଅହମଦାବାଦରେ ମାହାଙ୍ଗା ଲକ୍ଜୁରୀ ଏବଂ ବିଦେଶୀ କାର ଗୁଡିକ ଉପରେ ଖାସ ନଜର ରଖୁଛି ଯାହାଦ୍ୱାରା ଟ୍ୟାକ୍ସ ଚୋରି କରି ଯାଉଥିବା ଗାଡି ଗୁଡିକ ଠାରୁ ଭେଇକିଲ ଟ୍ୟାକ୍ସ ଆଦାୟ କରାଯାଇପାରିବ ।

Image result for gujarat-rto-collects-rs-28-lakh-tax-from-owner-of-expensive-car-price-of-a-car-is-bwtween-70-lakh-to-two-and-a-half-crore-

ସୂଚନା ଅନୁଯାୟୀ ନଭେମ୍ବର ୨୯ ତାରିଖରେ ଟ୍ରାଫିକ ପୋଲିସ ଡକ୍ୟୁମେଣ୍ଟ ଓ ଗାଡ଼ିରେ ନମ୍ବର ପ୍ଲେଟ ନଥିବା କାରଣରୁ ସେହି ପୋର୍ସ କାର ମାଲିକ ରଣଜିତ ଦେଶାଇଙ୍କ ନିକଟରୁ ୯.୮୦ ଲକ୍ଷ ଟଙ୍କା ଆଦାୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.