ରାଜସ୍ଥାନରେ ପ୍ରବଳ କୁଆପଥର ବର୍ଷା, ଫସଲ ନଷ୍ଟ

ରାଜସ୍ଥାନ : ମରୁଭୂମିରେ ବର୍ଷା ହେବା ଆଶ୍ଚର୍ଯ୍ୟର କଥା । କିନ୍ତୁ ଯଦି ଏହି ବର୍ଷାରେ କୁଆପଥର ପଡେ ତେବେ କ’ଣ ହେବ। ରାଜସ୍ଥାନର ଜୈସେଲମେର ଅଞ୍ଚଳରେ ଗୁରୁବାର ରାତିରେ ପ୍ରବଳ କୁଆପଥର ବର୍ଷା ହୋଇଥିଲା। ଜୈସେଲମେର ସମେତ ବଦୋରା, ସମ୍‌, ଧନାନା, ପୋଖରନ, ରାମଦେବରା, ମୋନଗଡ ଏବଂ ରାମଗଢ ସମେତ ୫୦ରୁ ଅଧିକ ଗାଁରେ ଏହି ବର୍ଷା ହୋଇଥିଲା। ମରୁଭୂମିରେ ଏଭଳି ବର୍ଷା ହେବା ଖବର ସବୁବେଳେ ଚର୍ଚ୍ଚାରେ ରହିଥାଏ। ଗତ ଦୁଇ ଦିନ ହେଲାଣି ଏଠାରେ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁଁ ଲୋକ ପ୍ରାଣ ହରାଇଥିବା ବେଳେ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ବର୍ଷା ଯୋଗୁଁ ଗୁଆଁର, ଜିରା ଏବଂ ବାଦାମ ଫସଲ ନଷ୍ଟ ହୋଇଯାଇଛି।