ରୋଗୀ ପେଟରୁ ବାହାରିଲା ହେୟାର ପିନ୍, ସେଫ୍ଟି ପିନ୍ ଓ ରେଜର ବ୍ଲେଡ୍, ଦେଖିକରି ଆଶ୍ଚର୍ଯ୍ୟ ହେଲେ ଡାକ୍ତର
ଜଣେ ବ୍ୟକ୍ତିଙ୍କ ପେଟରେ ଗଭୀର ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ପେଟ ଯନ୍ତ୍ରଣା ସହ ରକ୍ତ ବାନ୍ତି ହେଉଥିଲା । ପରେ ଡାକ୍ତରମାନେ ଏଣ୍ଡୋସ୍କୋପି କରିବା ପାଇଁ ନିଷ୍ପତି ନେଇଥିଲେ । ଡାକ୍ତରମାନେ ବ୍ୟକ୍ତିଙ୍କ ପେଟରୁ ୧୩ଟି ହେୟାରପିନ, ୫ଟି ସେଫ୍ଟି ପିନ୍ ଏବଂ ୮ଟି ରେଜର୍ ବ୍ଲେଡ୍ ବାହାର କରିଛନ୍ତି ।

ଜଣେ ବ୍ୟକ୍ତିଙ୍କ ପେଟରୁ ହେୟାର ପିନ୍, ସେଫ୍ଟି ପିନ୍ ଏବଂ ରେଜର୍ ବ୍ଲେଡ୍ ବାହାର କରାଯାଇଛି । ଆପଣଙ୍କୁ ହୁଏତ ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି ଘଟଣା ସତରେ ଘଟିଛି । ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ପୁଡୁଚେରିରୁ ସାମ୍ନାକୁ ଆସିଛି । ଏକ ପ୍ରାଇଭେଟ ହସ୍ପିଟାଲର ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ପେଟରୁ ୧୩ଟି ହେୟାରପିନ, ୫ଟି ସେଫ୍ଟି ପିନ୍ ଏବଂ ୮ଟି ରେଜର୍ ବ୍ଲେଡ୍ ବାହାର କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ୨୦ ବର୍ଷିୟ ରୋଗୀଙ୍କର ମାନସିକ ଅବସ୍ଥା ଠିକ ନଥିବାରୁ ସେ ଏଭଳି କାର୍ଯ୍ୟ କରିଛନ୍ତି ।
ଗ୍ୟାଷ୍ଟ୍ରୋଇଣ୍ଟ୍ରୋଲୋଜି ଏଣ୍ଡ ମେଡିକାଲ ସେଣ୍ଟର ହସ୍ପିଟାଲର ଡାକ୍ତର କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ପେଟରେ ଗଭୀର ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ପେଟ ଯନ୍ତ୍ରଣା ସହ ରକ୍ତ ବାନ୍ତି ହେଉଥିଲା । ରୋଗୀ ଜଣଙ୍କୁ ଡାକ୍ତରମାନେ କଣ ଖାଦ୍ୟ ଖାଇଥିବା କଥା ପଚାରିବାରୁ ସେ ମନା କରିଥିଲେ । ପରେ ଡାକ୍ତରମାନେ ଏଣ୍ଡୋସ୍କୋପି କରିବା ପାଇଁ ନିଷ୍ପତି ନେଇଥିଲେ । ପରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ପେଟରେ ଅନେକ ଧାରୁଆ ଅସ୍ତ୍ର ଥିବା ଦେଖିବାକୁ ମିଳିଥିଲା । ଡାକ୍ତର ଶଶିକୁମାର କହିଛନ୍ତି ଯେ ସେମାନେ ତୁରନ୍ତ ବ୍ୟକ୍ତିଙ୍କର ସର୍ଜରୀ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ ।
ଡାକ୍ତରଙ୍କ କହିବା ଅନୁସାରେ ରୋଗୀଙ୍କ ପରିବାର ଓପନ ସର୍ଜରୀ ଚାହୁଁ ନଥିଲେ । ତେଣୁ ସେମାନଙ୍କୁ କୁହାଯାଇଥିଲା, ମୁହଁରେ ଏକ ଟ୍ୟୁବ୍ ପୁରାଇ ସମସ୍ତ ଧାରୁଆ ଅସ୍ତ୍ର ବାହାର କରାଯିବ । ଏହା ଏକ କଷ୍ଟକର ପ୍ରକ୍ରିୟା ଥିଲା , କିନ୍ତୁ ସମସ୍ତ ଡାକ୍ତର ଧାରୁଆ ଅସ୍ତ୍ର ବାହାର କରିବାରେ ସଫଳ ହୋଇଥିଲେ । ଏହି ଭଳି ପ୍ରକ୍ରିୟାକୁ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା କୁହାଯାଏ । କିନ୍ତୁ ସାବଧାନର ସହିତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଶେଷ କରାଯାଇଥିଲା । ବର୍ତ୍ତମାନ ଯୁବକ ଜଣଙ୍କ ସୁସ୍ଥ ଅଛନ୍ତି ଏବଂ ସାମାନ୍ୟ ଡାଏଟରେ ରହିଛନ୍ତି । ଡାକ୍ତର କହିଛନ୍ତି ପେଟର ଓପନ ସର୍ଜରୀ କରିବା ସହଜ ହୋଇଥାଏ କିନ୍ତୁ ପାଟି ମଧ୍ୟରେ ଟ୍ୟୁବ୍ ପୁରାଇ ଧାରୁଆ ଅସ୍ତ୍ର ବାହାର କରିବା ବହୁତ କଷ୍ଟ ହୋଇଥାଏ ।