ରୁଟି ପୋଡ଼ିଯିବାରୁ ତାୱାରେ ବୋହୂକୁ ଚେଙ୍କ, ଗିରଫ ହେଲେ ଶାଶୁ ଓ ସ୍ବାମୀ

ଗତ ଜୁନ ୫ ତାରିଖରେ ବୋହୂ ରଶ୍ମିତା ରୁଟି କରୁଥିବା ବେଳେ ରୁଟିଟି ପୋଡ଼ିଯିବାରୁ ସେହି ଟାୱାରେ ବୋହୂକୁ ଚେଂକ ଦେଇଥିଲେ ଶାଶୁ । ଏନେଇ ଝିଅ ଘର ଲୋକ ଜାଣିବା ପରେ ରଶ୍ମିତାଙ୍କୁ ଆଣି ଚିକିତ୍ସା କରିବା ସହ ଜୁଲାଇ ମାସ ୯ ତାରିଖରେ ଭୂବନ ଥାନାରେ ଅଭିଯୋଗ କରିଥିଲେ ।

କାମାକ୍ଷାନଗର(କେନ୍ୟୁଜ୍): ବୋହୂକୁ ଗରମ ତାୱା ଚେଙ୍କ । ରୁଟି ପୋଡ଼ିଯିବାରୁ ତାୱାରେ ବୋହୂକୁ ଚେଙ୍କ ଦେଇ ଗିରଫ ହେଲେ ଶାଶୁ ଓ ସ୍ବାମୀ । ଭୂବନ ଥାନା ଲତାବିଲ ଅଞ୍ଚଳର ଭାଗିରଥୀ ବେହେରାଙ୍କ ଝିଅ ରଶ୍ମିତା ବେହେରା ଜଗତସିଂହପୁର ଖାରବେଳର ଦିଗବିଜୟଙ୍କୁ ବିବାହ କରିଥିଲେ । ତେବେ ବିବାହ ସମୟରେ ଦିଆଯାଇଥିବା ଜିନିଷପତ୍ର ନେଇ ସନ୍ତୁଷ୍ଟ ନଥିଲେ ଶାଶୁ ଘର ଲୋକେ । ଆହୁରି ଅଧିକ ଯୌତୁକ ଦାବି କରିବା ସହ ବୋହୂ ଉପରେ ଅତ୍ୟାଚାର କରିଥିବା ନେଇ ଅଭିଯୋଗ ହୋଇଛି ।

ଗତ ଜୁନ ୫ ତାରିଖରେ ବୋହୂ ରଶ୍ମିତା ରୁଟି କରୁଥିବା ବେଳେ ରୁଟିଟି ପୋଡ଼ିଯିବାରୁ ସେହି ଟାୱାରେ ବୋହୂକୁ ଚେଂକ ଦେଇଥିଲେ ଶାଶୁ । ଏନେଇ ଝିଅ ଘର ଲୋକ ଜାଣିବା ପରେ ରଶ୍ମିତାଙ୍କୁ ଆଣି ଚିକିତ୍ସା କରିବା ସହ ଜୁଲାଇ ମାସ ୯ ତାରିଖରେ ଭୂବନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଆଜି ଭୂବନ ପୋଲିସ ଜଗତସିଂହପୁର ଉଗ୍ରତାରା କଲୋନୀରୁ ଉଭୟ ଶାଶୁ ଓ ସ୍ବାମୀଙ୍କୁ  ଗିରଫ କରିଛି । ଶାଶୁ ସୁପ୍ରଭା ଜେନା ଜଗତସିଂହପୁର କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.