ମଶାଧୂପ ମେସିନରୁ ଘରେ ଲାଗିଲା ନିଆଁ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜେଜେ ମା’ଙ୍କ ସହିତ ୩ ନାତୁଣୀଙ୍କ ଜୀବନ

ମଶାଧୂପ ମେସିନରୁ ଘରେ ନିଆଁ ଲାଗିଗଲା । ଆଉ ଘରେ ଶୋଇଥିବା ଜେଜେ ମା’ଙ୍କ ସହିତ ୩ ନାତୁଣୀଙ୍କ ଜୀବନ ଶ୍ୱାସରୁଦ୍ଧ ହୋଇଚାଲିଗଲା । ଚେନ୍ନାଇରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମଶା ଘଉଡାଇବା ମେସିନରୁ ନିଆଁ ଲାଗିବା ଯୋଗୁଁ ଜେଜେ ମା’ଙ୍କ ସହିତ ୩ ନାତୁଣୀଙ୍କ ଜୀବନ ଚାଲିଯାଇଛି । ମଶା ଧୂପ ଲଗାଇ ଘରେ ଶୋଇଥିବା ବେଳେ ମେସିନରୁ ଘରେ ନିଆଁ ଲାଗିଯାଇଥିଲା । ଆଉ ଅଣ ନିଶ୍ୱାସୀ ହୋଇ ଚାଲିଗଲା ଏମାନଙ୍କ ଜୀବନ। ଏମିତି ଘଟଣା ଚେନ୍ନାଇରେ ଘଟିଛି ।

ପୋଲିସ କହିବା ମୁତାବକ, ୬୫ ବର୍ଷୀୟ ସନ୍ଥନଲକ୍ଷ୍ମୀ ଘରେ ୩ ନାତୁଣୀଙ୍କୁ ଧରି ଶୋଇଥିଲେ । ମଶା ମାରିବା ପାଇଁ ଘରେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଲିକ୍ୱିଡ ମେସିନକୁ ଘରେ ଲଗାଇଥିଲେ । ଏମାନେ ଶୋଇଥିବା ସମୟରେ ମଶା ମରା ମେସିନରେ ନିଆଁ ଲାଗିବା ଯୋଗୁଁ ଘରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ଫଳରେ ଏମାନେ ଶ୍ୱାସରୁଦ୍ଧ ହେବାରୁ ଜୀବନ ଚାଲିଯାଇଥିଲା । ସକାଳୁ ଘରୁ ଧୂଆଁ ବାହାରୁଥିବା ଦେଖି ପଡୋଶୀ ପୋଲିସକୁ ଖବର ଦେଇଥିଲେ । ମୃତକଙ୍କ ମଧ୍ୟରେ ୬୫ ବର୍ଷୀୟ ଜେଜେ ମା, ଏବଂ ୩ ନାତୁଣୀଙ୍କ ବୟସ ୮-୧୦ ବର୍ଷ ମଧ୍ୟରେ ରହିଛି ବୋଲି ପୋଲିସ କହିଛି ।

ପୋଲିସକୁ ଘଟଣା ସ୍ଥଳରେ ୪ ଜଣ ଲୋକ ବେହୋସ ପଡିଥିବା ମିଳିଥିଲେ । ସେମାନଙ୍କୁ ତୁରନ୍ତ ହସପିଟାଲ ନିଆଯିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ପୋଲିସର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଘରେ ପୀଡିତ ଶୋଇଥିବା ବେଳେ ମଶା ମରା ମେସିନରେ ନିଆଁ ଲାଗିଯିବାରୁ ଏହା ତଳେ ପଡିଯାଇଥିଲା । ଆଉ ସେଠାରେ ଥିବା ନାଇଲନ ଜିନିଷରେ ନିଆଁ ଲାଗିଯାଇଥିଲା । ଫଳରେ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ଜୀବନ ଚାଲିଯାଇଥିଲା । ପୋଲିସ ଏହି ମାମଲାରେ ପ୍ରାଥମିକ ରିପୋର୍ଟ ଦାଏର କରି ଯାଞ୍ଚ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.