Below header

୧୩ ବର୍ଷର ବାଳିକା ପେଟରୁ ବାହାରିଲା ଅଧାକେଜି ଚୁଟି ଏବଂ ଶାମ୍ପୂ ପାଉଚ୍, ଯାହା ଦେଖି ଡାକ୍ତର ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ

ତାମିଲନାଡୁର କୋୟମ୍ବାଟୁରରେ ୧୩ ବର୍ଷୀୟା ଜଣେ ଝିଅର ବାରମ୍ବାର ପେଟରେ ଯନ୍ତ୍ରଣା ହେବା ପରେ ଯେତେବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେତେବେଳେ ଡାକ୍ତର ମଧ୍ୟ ଛୋଟ ଝିଅଟିର ପେଟରୁ ଅଧା କିଲୋ ଚୁଟି ଏବଂ ଶାମ୍ପୂର ଖାଲି ପାଉଚ୍ ବାହାରିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

hairସୂଚନାମୁତାବକ କୋୟମ୍ବାଟୁରରେ ୭ମ ଶ୍ରେଣୀରେ ପଢୁଥିବା ଏହି ଝିଅଟି ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ଘର ଲୋକ ଭିଜେଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ଡାକ୍ତର ସ୍କାନ କରିବା ପରେ ପିଲାଟିର ପେଟରେ କିଛି ଜିନିଷ ଅଟକି ରହିଥିବା ଜାଣିବାକୁ ପାଇଥିଲେ। ଏହାପରେ ଡାକ୍ତର ଇଣ୍ଡୋସ୍କୋପି ସାହାଯ୍ୟରେ ଏହାକୁ ବାହାରକୁ ବାହାର କରିବା ପାଇଁ ସ୍ଥିର କରିଥିଲେ କିନ୍ତୁ ଏହି ପ୍ରୟାସ ବିଫଳ ହୋଇଥିଲା।

Treatingଏହାପରେ ହସ୍ପିଟାଲର ବରିଷ୍ଠ ଡାକ୍ତରୀ ଟିମ୍ ପିଲାଟିର ପେଟ ଅପରେସନ କରି ସେହି ଜିନିଷ ବାହାର କରିବା ପାଇଁ ନିଷ୍ପତି କରିଥିଲେ। ଏହାପରେ ଡାକ୍ତର ଅପରେସନ କରି ପିଲାଟିର ପେଟରୁ ଅଧାକିଲୋ ଚୁଟି ବତୀତ ଶାମ୍ପୁର ଅନେକ ଛୋଟ ପାଉଚ୍ ମଧ୍ୟ ବାହାର କରିଥିଲେ। ଡାକ୍ତରଙ୍କ କହିବାନୁଯାୟୀ ପିଲାଟି ନିଜର ଲୋକ ଚାଲିଯିବା ପରେ ଅବସାଦରେ ରହୁଥିଲା ଯେଉଁ କାରଣରୁ ସେ କେଶ ଏବଂ ଶାମ୍ପୁର ଖାଲି ପାଉଚ୍ ଖାଇବାକୁ ଲାଗିଥିଲା, ଯାହାସବୁ ପେଟରେ ଜମା ହୋଇ ରହିଥିଲା। ରିପୋର୍ଟ ଅନୁଯାୟୀ ଏବେ ଅବରେସନ ପରେ ପିଲାଟିର ସମସ୍ୟା ଦୂର ହୋଇଯିବା ସହ ବହୁତ ଜଲଦି ରିକଭରୀ ମଧ୍ୟ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.