ଶୀତୁଆ ପାଗରେ ନିଅନ୍ତୁ ଜବରଦସ୍ତ ସ୍ୱାଦର ମଜା, ସଂଧ୍ୟାରେ ବନାନ୍ତୁ ‘ପାଳଙ୍ଗ ଆମଲେଟ’

ଶୀତୁଆ ପାଗରେ ଅଣ୍ଡାରେ ହୋଇଥିବା ଆମଲେଟ୍‌ ଖାଇବା ସମସ୍ତଙ୍କୁ ପସନ୍ଦ। ଏହା ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭକାରୀ ହୋଇଥାଏ। କିନ୍ତୁ କଣ ଆପଣ କେବେ ‘ପାଳଙ୍ଗ ଆମଲେଟ’ ଟ୍ରାଏ କରିଛନ୍ତି। ଏହା ଖାଇବାର ସ୍ୱାଦକୁ ଦ୍ୱିଗୁଣା କରିଦିଏ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ଉପାୟ।

ଆବଶ୍ୟକ ସାମଗ୍ରୀ

ଅଣ୍ଡା – ୨

ପାଳଙ୍ଗ – ଏକ କପ୍‌ କଟା ହୋଇଥିବା

ଧନିଆ ପତ୍ର – ୧/୪ କପ୍‌

ଲୁଣ – ସ୍ୱାଦାନୁସାରେ

କଞ୍ଚା ଲଙ୍କା – ଗୋଟିଏ

ଅଦା – ୧/୪ ଚାମଚ

ହଳଦି – ଚିମୁଟାଏ

ପିଆଜ – ୧

ଜୀରା – ୧/୪ ଚାମଚ

ଲାଲ ଲଙ୍କା ପାଉଡର – ୧/୪ ଚାମଚ

ଘିଅ କିମ୍ବା ଲହୁଣୀ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ପାଳଙ୍ଗକୁ ଧୋଇ କାଟି ଦିଅନ୍ତୁ।

-ଏବେ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ରଖନ୍ତୁ।

-ଏହାପରେ ଏଥିରେ ପାଳଙ୍ଗ, ଧନିଆ ପତ୍ର, ପିଆଜ, ଲୁଣ, ଜୀରା, ଅଦା, ହଳଦି ଏବଂ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ କାଟି ଦିଅନ୍ତୁ।

-ପ୍ୟାନ୍‌ ଗରମ କରନ୍ତୁ ଏବଂ ସେଥିରେ ଘିଅ ବା ତେଲ ପକାନ୍ତୁ।

-ଏହାପରେ ଅଣ୍ଡାକୁ ଫେଣ୍ଟି ଦିଅନ୍ତୁ।

-ଏବେ ଦୁଇପାର୍ଶ୍ୱକୁ ଭଲଭାବେ ଫ୍ରାଏ କରନ୍ତୁ।

-ଏବେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ, ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପାଳଙ୍ଗ ଆମଲେଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.