ସଲମାନ ରୁସ୍‌ଦୀଙ୍କୁ ସମର୍ଥନ ମହଙ୍ଗା ପଡ଼ିଲା; ‘ହ୍ୟାରୀ ପୋଟର’ର ବିଖ୍ୟାତ ଲେଖିକାଙ୍କୁ ହତ୍ୟା ଧମକ!

ନ୍ୟୁୟର୍କରେ ସଲମାନ ରୁସଦୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ଟ୍ଵିଟ୍‌ କରିଥିଲେ ବିଖ୍ୟାତ ଲେଖିକା ଜେକେ ରାଉଲିଙ୍ଗ୍‌, ଯାହାକି ଆଜି ତାଙ୍କୁ ମହଙ୍ଗା ପଡ଼ି ଯାଇଛି। ଶୁକ୍ରବାର ଏଠାରେ ଆୟୋଜିତ ଏକ ସାହିତ୍ୟିକ ସମାରୋହରେ ସଲମାନ ରୁସଦୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ କଡ଼ା ନିନ୍ଦା କରିଥିବା ‘ହ୍ୟାରୀ ପୋଟର’ର ଲେଖିକା ଜେକେ ରାଉଲିଙ୍ଗ୍‌ଙ୍କୁ ଜୀବନରୁ ମାରି ଦେବାର ଧମକ ମିଳିଛି।

ଧମକ ଦେଇଥିବା ଯୁବକ ଲେଖିଛନ୍ତି, ‘ଆଗାମୀ ଟାର୍ଗେଟ୍‌ ତୁମେ’। ରାଉଲିଙ୍ଗ୍‌ ଶନିବାର କହିଛନ୍ତି ଯେ ପୋଲିସ ଏହି ମାମଲାର ତଦନ୍ତ କରୁଛି। ସୂଚନାଥାଉ କି, ସଲମାନ ରୁସଦୀଙ୍କୁ ନିଜ ଉପନ୍ୟାସ ‘ଦ ସାଟାନିକ୍‌ ଭର୍ସେଜ୍‌’ ପାଇଁ ଲମ୍ବା ସମୟରୁ ହତ୍ୟା ଧମକ ମିଳି ଆସୁଛି।

ପ୍ରଥମେ ତାଙ୍କ ବିରୋଧରେ ଫତଓ୍ଵା ଜାରି ହେବାର ୩୩ ବର୍ଷ ପରେ ତାଙ୍କୁ ଶେଷରେ ମରଣାନ୍ତକ ଆକ୍ରମଣ କରାଯାଇଛି। ନ୍ୟୁ ଜର୍ସି ଫେୟରଭ୍ୟୁର ୨୪ ବର୍ଷୀୟ ଯୁବକ ହାଦି ମାତେର ଶୁକ୍ରବାର ସଲମାନ ରୁସ୍‌ଦୀଙ୍କ ବେକ ଓ ଶରୀରକୁ ବାରମ୍ବାର ଛୁରୀରେ ଆଘାତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.