Below header

ମହିଳାଙ୍କ ପାଇଁ ଶୌଚାଳୟ ତିଆରି କରିବେ ହରିୟାଣାର ଏହି ଯୁବତୀ

ଘରୁ କୌଣସି କାମ ପାଇଁ ବାହାରକୁ ଗଲେ ମହିଳା ମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଶୌଚାଳୟ ଯିବା । କାରଣ ବର୍ତ୍ତମାନ ମସୟରେ ପବ୍ଲିକ୍ ଟଏଲଟ୍ ସଂଖ୍ୟା ଖୁବ୍ କମ୍ । ଯେଉଁଥି ପାଇଁ ମହିଳା ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ମହିଳାମାନଙ୍କର ଏହି ସମସ୍ୟାକୁ ସମାଧାନ କରିବାକୁ ଅଂଟା ଭଡିଛନ୍ତି ପ୍ରିୟଙ୍କା ଯାଦବ ।

ହରିୟାଣାର ପ୍ରିୟଙ୍କା ସାର୍ବଜନୀନ ସ୍ଥାନରେ ଶୌଚାଳୟ ନିର୍ମାଣ କରିବା ପାଇଁ ସରକାରଙ୍କଠାରୁ ମାଗିଛନ୍ତି ଅନୁମତି । ସେ ଏକ ସ୍ଲୋଗାନ୍ ସହ ଏହି ଚିଠି ଲେଖି ପଠାଇଛନ୍ତି ସରକାରଙ୍କୁ । ସ୍ଲୋଗାନଟି ହେଉଛି When nature call, we need a toilet । ହରିୟାଣାର ୧୪ ଟି ପ୍ରମୁଖ ବଜାର ମଧ୍ୟରୁ କେବଳ ୮ଟି ରେ ମହିଳାଙ୍କ ପାଇଁ ରହିଛି ଶୌଚାଳୟ । ଯାହା ଅତ୍ୟନ୍ତ ଅପରିଷ୍କାର ହୋଇ ପଡିରହିଛି । ଯାହା ଫଳରେ ମହିଳାମାନେ ଅନେକ ସମୟରେ ହଇରାଣ ମଧ୍ୟ ହେଉଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ନିଜ ଖର୍ଚ୍ଚରେ ଶୌଚାଳୟ କରିବାକୁ ବାହାରିଛନ୍ତି ପ୍ରିୟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.