କେନ୍ଦ୍ର ସରକାରଙ୍କ ବଡ଼ ସ୍ୱାସ୍ଥ୍ୟ ପ୍ୟାକେଜ, ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ପାଇଁ ୨୩ ହଜାର ୧୨୩  କୋଟି ଟଙ୍କାର ପ୍ୟାକେଜ ଘୋଷଣା

କେନ୍ୟୁଜ୍(ବ୍ୟୁରୋ):  ସଂପ୍ରସାରିତ କେନ୍ଦ୍ର କ୍ୟାବିନେଟ୍‌ର ପ୍ରଥମ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କରୋନା ଲଢେଇ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ସ୍ୱାସ୍ଥ୍ୟ ପ୍ୟାକେଜ । ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ପାଇଁ ୨୩ ହଜାର ୧୨୩  କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି । ପୂର୍ବରୁ ହେଲ୍‌ଥ ଏମରଜେନ୍ସି ପାଇଁ ୧୫ ହଜାର କୋଟି ଟଙ୍କା ପ୍ୟାକେଜ୍‌ ଘୋଷଣା କରିଥିଲେ କେନ୍ଦ୍ର ସରକାର ।

ଏହି ପ୍ୟାକେଜ୍‌ ୭୩୬ ଜିଲ୍ଲାରେ ୨୦ ହଜାର ଆଇସିୟୁ ବେଡ୍‌ ଏବଂ ଆବଶ୍ୟକ ଔଷଧ ମହଜୁଦ ରଖିବାରେ ସହାୟକ ହେବ । ଏହି ୨୩ ହଜାର କୋଟିରୁ ୧୫ ହଜାର କେନ୍ଦ୍ର ଖର୍ଚ୍ଚ କରିବ । ୮ ହଜାର କୋଟି ରାଜ୍ୟମାନଙ୍କୁ ଦିଆଯିବ । ହାତରେ ବେଶୀ ସମୟ ନାହିଁ ବୋଲି କହିଛନ୍ତି ନୂଆ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟ । ସୀମିତ ୯ ମାସ ସମୟ ଅଛି । କାମ ଖୁବ୍‌ ଶୀଘ୍ର ସାରିବେକୁ ହେବ। ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କୋଭିଡ୍‌ ମୁକାବିଲ କରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.