Below header

ବଡି ବିଲଡିଙ୍ଗ ପାଇଁ ହାଇଡୋଜ ଇଞ୍ଜେକ୍ସନ ଓ ପ୍ରୋଟିନ ପାଉଡର ନେଇଗଲା ଜୀବନ

ଆଜିକାଲି ଯୁବପିଢ଼ି ନିଜ ବଡି଼କୁ ନେଇ ବହୁତ ଚିନ୍ତିତ କାରଣ ସମସ୍ତେ ଚାଁହାନ୍ତି ଏକ ବଡିବିଲ୍ଡର ଭଳି ଦେଖାଯିବା ପାଇଁ। କିନ୍ତୁ ବେଳେବେଳେ ଏହି ବଡିବିଲ୍ଡର ଭଳି ଦେଖାଯିବାର ଇଛା କିଛିଲୋକଙ୍କ ପାଇଁ ଜୀବନନାଶକ ହୋଇପଡୁଛି। ଯୁବବର୍ଗ ସାଧାରଣତଃ ନିଜର ବଡି ବନାଇବା ପାଇଁ ହାଇଡୋଜ ଇଞ୍ଜେକ୍ସନ ଓ ପ୍ରୋଟିନ ପାଉଡରର ବ୍ୟବହାର କରୁଛନ୍ତି। ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ଅଟେ। ଠିକ ଏପରି କିଛି ଘଟିଛି ରାୟପୁର ନିବାସୀ ସନ୍ଦୀପ ଠାକୁରଙ୍କ କ୍ଷେତ୍ରରେ। ଏକ ବଡ଼ବିଲଡର ହେବାର ନିଶା ଶେଷରେ ତାଙ୍କ ଜୀବନ ନେଇଗଲା। ୧୬ଦିନ ପର୍ଯ୍ୟନ୍ତ ଜୀବନ ଓ ମୃତ୍ୟୁ ସହ ଲଢ଼ିବା ପରେ ଶେଷରେ ଜୀବନଠାରୁ ହାରିଗଲେ ସନ୍ଦୀପ। ସବୁଠାରୁ ଭଲ ବଡି ବନାଇବା ପାଇଁ ଚାଁହୁଥିଲେ ସନ୍ଦୀପ ଓ ସେହି ଚକ୍କରରେ ସେ ଟ୍ରେନରଙ୍କ କହିବା ଅନୁଯାୟୀ ହାଇଡୋଜ ଇଞ୍ଜେକ୍ସନ ଓ ପ୍ରୋଟିନ ପାଉଡର ନେବା ଆରମ୍ଭ କରିଦେଇଥିଲେ। ଅଚାନକ ନଭେମ୍ବର ୯ ତାରିଖ ଦିନ ତାଙ୍କ ଦେହ ଅସୁସ୍ଥ ହୋଇ ପଡିଥିଲା ଯାହାପରେ ପରିବାର ତାଙ୍କୁ ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

Image result for high-dose-injection-and-protein-powder-killed-for-body-building

ସନ୍ଦୀପ କୋମାକୁ ଚାଲିଯାଇଥିଲେ ଏବଂ କିଛିଦିନପରେ ତାଙ୍କର ମୃତ୍ୟୁ ଘଟିଲା। ଧାରା 304 ଅନୁଯାୟୀ ଜିମ ସଂଚାଳକଙ୍କ ବିରୁଦ୍ଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା ଏବଂ ପୋଲିସ ଜିମ ସଂଚାଳକଙ୍କୁ ଗିରଫ ମଧ୍ୟ କରିଥିଲା। ଅନ୍ୟପଟେ ଇଞ୍ଜେକ୍ସନ ଏବଂ ପ୍ରୋଟିନ ପାଉଡର ବନାଉଥିବା ମୁମ୍ବାଇର ସପ୍ଲାୟର ନୀଲେଶ ପରମାର ଏବେ ଫେରାର ଅଛନ୍ତି।

ଏହାସହ ପଢନ୍ତୁ ହେଲମେଟ ନ ପିନ୍ଧିଥିବାରୁ ହୋଣ୍ଡାସିଟି ମାଲିକଙ୍କ କଟିଲା ଚାଲାଣ, ମେସେଜ ଦେଖି ମାଲିକହେଲେ ବେହୋସ

ସୂଚନା ଅନୁଯାୟୀ ସନ୍ଦୀପ ଦୁଇଥର ମିଷ୍ଟର ଛତିଶଗଡ଼ ଏବଂ ଥରେ ମିଷ୍ଟର ଇଣ୍ଡିଆ ବଡି ବିଲଡିଂ ଚମ୍ପିୟାନ ମଧ୍ୟ ହୋଇସାରିଛନ୍ତି। ତିନିମାସ ମଧ୍ୟରେ ବଡି ବିଲ୍ଡର ଚାମ୍ପିୟନ ବନାଇବା ଲୋଭ ଦେଖାଇ ସଂଦୀପଙ୍କୁ ମସଲ ପାୱାର ବଢାଇବା ପାଇଁ ଇଞ୍ଜେକ୍ସନ ଆଦି ନେବାପାଇଁ କୁହାଯାଉଥିଲା କିନ୍ତୁ ଏହାଦ୍ୱାରା ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏହାଦ୍ୱାରା ସଂଦୀପଙ୍କର କିଡ଼ନୀ ପ୍ରୋବ୍ଲେମ ବାହାରିଥିଲା। ଏହାସହିତ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କମିଯାଇଥିଲା। କେବଳ ସେତିକି ନୁହେଁ ଇଞ୍ଜେକ୍ସନ ନେବା କାରଣରୁ ତାଙ୍କ ଦେହ ଭିତରର ଶିରା ପ୍ରଶିରା ଗୁଡିକ ମଧ୍ୟ ଫୁଲିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.