ପାଓ୍ଵାର ପଲିଟିକ୍ସ ଆଗରେ ମୁଣ୍ଡ ନୂଆଇଲେ ଫଡନାଭିସ୍‌, ଜାଣନ୍ତୁ ଶପଥ ଠାରୁ ଇସ୍ତଫା ଯାଏ ମହାରାଷ୍ଟ୍ର ମହାଗେମ୍‌ ସମ୍ପୂଣ୍ଣ ଘଟଣା

କେନ୍ୟୁଜ୍(ବ୍ୟୁରୋ):  ୨୩ ନଭେମ୍ବର ୨୦୧୯। ପୁଣି ଥରେ ରୋମାଞ୍ଚ ଭରିଥିଲା ମହାରାଷ୍ଟ୍ର ମହାଡ୍ରାମା । ସିନ୍ଦୁରା ଫାଟିବା ପୂର୍ବରୁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନାଭିସ୍‌। ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନସିପିର ଅଜିତ ପାଓ୍ଵାର। ସକାଳ ପାହିବା ପୂର୍ବରୁ ବିଶ୍ୱାସ ନଲାଗିବା ଭଳି ଖବର ଦେଇଥିଲା ମହାରାଷ୍ଟ୍ର। ଫଡନାଭିସ ଓ ଅଜିତଙ୍କ ଶପଥକୁ ନେଇ ଆରମ୍ଭ ହୋଇଥିଲା ହଟଚମଟ।
ଅକସ୍ମାତ ବିଜେପିକୁ ଅଜିତ ସାଥ ଦେବା ଖବରକୁ ବିଶ୍ୱାସ କରି ପାରୁନଥିଲେ ଏନସିପି ମୁଖ୍ୟ ଶରଦ ପାଓ୍ଵାର। ଶିବସେନା ଓ କଂଗ୍ରେସର ଅକଲ ଗୁଡୁମ ହୋଇଗଲା। ଆରମ୍ଭ ହେଲା ଆଇନଗତ ଲଢ଼େଇ। ୨୩ ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶିବସେନା, ଏନସିପି ଓ କଂଗ୍ରେସ। ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ତ୍ୱରିତ ଶୁଣାଣି ସହ ୨୪ ଘଣ୍ଟାରେ ବିଜେପିକୁ ଫ୍ଲୋଟ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ ହୋଇଥିଲା।

ଏହାସହ ପଢନ୍ତୁ:  ଏହାଥିଲା କସାଵର ଶେଷ ଭିଡିଓ, କହିଥିଲା କାହିଁକି ମୁମ୍ବାଇରେ ଘଟାଇଥିଲା ସଂହାରଲୀଳା

ନଭେମ୍ବର ୨୪ । ସୁପ୍ରିମକୋର୍ଟରେ ହୋଇଥିଲା ମହାରାଷ୍ଟ୍ର ମାମଲାର ଶୁଣାଣି। ଏହି ମାମଲାରେ କେନ୍ଦ୍ର, ମହାରାଷ୍ଟ୍ର ସରକାର, ଦେବେନ୍ଦ୍ର ଫଡନାଭିସ୍‌, ଅଜିତ ପାଓ୍ଵାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍‌ ଜାରି ହୋଇଥିଲା। ବିଧାୟକଙ୍କ ସମର୍ଥନପତ୍ର ଓ ସରକାର ଗଠନ ପାଇଁ ରାଜ୍ୟପାଳ ଦେଇଥିବା ଆଦେଶନାମା ଦାଖଲ କରିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ କୋର୍ଟ।

୨୫ ନଭେମ୍ବର। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ। ଏହା ଭିତରେ ମହାରାଷ୍ଟ୍ର ପାଓ୍ଵାର ଗେମ୍‌ରେ ନୂଆ ଟ୍ଵିଷ୍ଟ ସାମନାକୁ ଆସିଥିଲା। ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ। କିନ୍ତୁ କାର୍ଯ୍ୟଭାର ସମ୍ଭାଳି ନଥିଲେ ଅଜିତ ପାଓ୍ଵାର। ତାଙ୍କୁ ମନାଇବା ପାଇଁ ଏନସିପି ନେତା ଘନ ଘନ ଉଦ୍ୟମ କରୁଥିଲେ।

ଏହାସହ ପଢନ୍ତୁ: ପୃଥିବୀକୁ ଧ୍ୱଂସ କରିପାରେ ଏପୋଫିସ୍‌ ଉଲ୍‌କାପିଣ୍ଡ! NASA ଜାରି କଲା ତାରିଖ

୨୫ ତାରିଖ ସନ୍ଧ୍ୟାରେ ମହାରାଷ୍ଟ୍ରର ନୂଆ ନାଟକ ଦେଖିଥିଲା ସାରା ଦେଶ। ଫ୍ଲୋର ଟେଷ୍ଟ ପୂର୍ବରୁ ରୋଡ୍‌ ଟେଷ୍ଟ କରିଥିଲେ ଶିବସେନା-ଏନସିପି-କଂଗ୍ରେସ। ଗୋଟିଏ ଫ୍ଲୋର ତଳେ ଏକାଠି ହୋଇଥିଲେ ତିନି ଦଳର ୧୬୨ ବିଧାୟକ। ବିଜେପି ସହ ନଯିବା ସହ ମହାମେଣ୍ଟରେ ରହିବା ପାଇଁ ସମସ୍ତେ ଶପଥ ନେଇଥିଲେ ।

ନଭେମ୍ବର ୨୬। ମହାରାଷ୍ଟ୍ର ପାଇଁ ଥିଲା ଫୈସଲାର ଦିନ। ସମସ୍ତ ଅପେକ୍ଷା କରିଥିଲେ କି ନିଷ୍ପତ୍ତି ଶୁଣାଇବେ କୋର୍ଟ। ସକାଳ ସାଢ଼େ ୧୦ଟାରେ ଆସିଲା ମହାରାଷ୍ଟ୍ରର ସୁପ୍ରିମ ରାୟ। ଫଡନାଭିସଙ୍କ ପାଇଁ ନିରାଶ ଓ ବିରୋଧୀଙ୍କୁ ଆଶ୍ୱସ୍ତି ହେଲା ଭଳି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ୨୭ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର ଟେଷ୍ଟ ଦେବାକୁ କହିଥିଲେ ସର୍ବୋଚ୍ଚ ଅଦାଲତ।

ଏହାସହ ପଢନ୍ତୁ:  ମଣିଷକୁ ଡେଙ୍ଗୁ ଦାଉରୁ ବଞ୍ଚାଇବ ଏହି ବ୍ୟାକ୍ଟେରିଆ, ଡେଭେଲୋପ୍‌ ହେଲା ନୂଆ ଟେକ୍ନୋଲୋଜି

ସୁପ୍ରିମ ରାୟର କିଛି ସମୟ ପରେ ଜୁନିୟର ପାଓ୍ଵାର ଚମକେଇ ଦେଲା ଭଳି ଖବର ଦେଇଥିଲେ। ଘର ଓ୍ଵାପସୀ କରିଥିଲେ ଅଜିତ। ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆସନ୍ନ ପରାଜୟ ଜାଣି ଫ୍ଲୋର ଟେଷ୍ଟ ପୂର୍ବରୁ ଚୌକି ଛାଡ଼ି ଦେଲେ ଫଡନାଭିସ୍‌। ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଦେଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.