Below header

ହେଲମେଟ ପିନ୍ଧି ନଥିବାରୁ ହୋଣ୍ଡାସିଟି ମାଲିକଙ୍କ କଟିଲା ଚାଲାଣ, ମେସେଜ ଦେଖି ମାଲିକ ହେଲେ ବେହୋସ

ଟ୍ରାଫିକର ନୂଆ ନିୟମ ଲାଗୁ ହେବା ପରେ ଲୋକମାନଙ୍କୁ ଆଜିକାଲି ରାସ୍ତାରେ ବହୁତ ସତର୍କତାର ସହ ଚାଲିବାକୁ ପଡୁଛି କିନ୍ତୁ ବେଳେବେଳେ ଟ୍ରାଫିକ ପୋଲିସର ଅସାବଧାନତା ପାଇଁ ମଧ୍ୟ ଲୋକମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଠିକ ଏପରି ଏକ ଘଟଣା ଘଟିଛି ଦିଲ୍ଲୀରେ। ଏଠାରେ ଜଣେ ଟ୍ରଫିକକର୍ମୀ ବିନା ହେଲମେଟରେ ମୋଟରସାଇକେଲରେ ଆସୁଥିବା ଜଣେ ବ୍ୟକ୍ତିଙ୍କୁ ଧରିଥିଲେ କିନ୍ତୁ ହୋଣ୍ଡାସିଟି କାରର ଚାଲାଣ କାଟିଥିଲେ।

फाइल फोटो

ପରେ ଏହାର ମେସେଜ ସିଧାସଳଖ କାରର ମାଲିକ ଏନଆଇଟି ନିବାସୀ ରାଜନ ଭଟିୟାଙ୍କ ପାଖରେ ପହଞ୍ଚିଥିଲା ଓ ଏପରି ଚାଲାଣର ମେସେଜ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାପରେ ସେ ଏହାର ଅଭିଯୋଗ ଟ୍ରାଫିକ ବିଭାଗର ବରିଷ୍ଠ ଅଧିକାରୀଙ୍କ ନିକଟରେ କରିଥିଲେ ଏବଂ ସେ ଏହାକୁ ମାନବଗତ ଭୁଲ କହି ସୁଧାରିବେ ବୋଲି ଭରସା ଦେଇଥିଲେ। ତେବେ କାରର ବିନା ହେଲମେଟରେ ଚାଲାଣ କଟିବାର ସୂଚନା ସୋସିଆଲ ମିଡିଆରେ ଭାଇରଲ ହୋଇଗଲା ଏବଂ ଏସବୁ ଦେଖି ଟ୍ରାଫିକପୋଲିସମାନେ ବହୁତ ସଚେତନ ହୋଇଗଲେ।

ଏହାସହ ପଢନ୍ତୁ ଘନ କୁହୁଡି କାରଣରୁ ଦେଖୁ ଦେଖୁ ହାଇୱେରେ ଧକ୍କା ହେଲା ୨୫ଟି ଗାଡି, ଅନେକ ଆହତ

ସୂଚନା ଅନୁଯାୟୀ ଗତ ଶନିବାର ଦିନ କିଶନ ଭଡାନା ନାମକ ଜଣେ ବ୍ୟକ୍ତି ମୋଟରସାଇକେଲରେ ଏନଆଇଟି ଆସିଥିଲେ ଏବଂ ସେ ଦଶହରା ଗ୍ରାଉଣ୍ଡ ରାସ୍ତାରେ ଘରକୁ ଫେରୁଥିଲେ। ତେବେ ଏହି ସମୟରେ ସେ ହେଲମେଟ ପିନ୍ଧିନଥିଲେ ଏବଂ ତାଙ୍କୁ ଟ୍ରାଫିକ କର୍ମୀ ଧରିଦେଇଥିଲେ। ବିନା ହେଲମେଟରେ ଆସୁଥିବାରୁ ତାଙ୍କର ଏକ ହଜାର ଟଙ୍କାର ଚାଲାଣ ମଧ୍ୟ କାଟିଥିଲେ କିନ୍ତୁ ଚାଲାଣ କାଟିବା ସମୟରେ ମେସିନରେ ଏକ ଡିଜିଟର ନମ୍ବର ଭୁଲ ହୋଇଯାଇଥିଲା। ଯାହାଦ୍ୱାରା ଚାଲାଣର ମେସେଜ ସିଧାସଳଖ ଅନ୍ୟଜଣେ ବ୍ୟକ୍ତିଙ୍କ ପାଖକୁ ଚାଲିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.