ପୁରୀ: ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାର ଏବେ କୌଣସି ପ୍ରସ୍ତାବ ନାହିଁ, ବିଧାନସଭାରେ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା

ପୁରୀ(କେନ୍ୟୁଜ୍): ଏବେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାର କୌଣସି ପ୍ରସ୍ତାବ ନାହିଁ । ୧୩ ମେ ୧୯୭୮ରୁ ୨୩ ଜୁଲାଇ ୧୯୭୮ ମଧ୍ୟରେ ତାଲିକା କରାଯାଇଥିବା ସୁନା ରୂପା ସାମଗ୍ରୀ ସୁରକ୍ଷିତ ଥିବା ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ୧୯୮୫ ଜୁଲାଇ ୧୪ରେ ଶେଷଥର ପାଇଁ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ଏହି ସମୟରେ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଗଣତି ହୋଇଥିଲା । ତେବେ ଏହାର ପରିମାଣ ୧୨ ହଜାର ୮୩୮ ଭରି ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ।୨୩୬ଟି ରୂପା ଅଳଙ୍କାର ଓ ଅନ୍ୟ ଜିନିଷ ରତ୍ନଭଣ୍ଡାରରେ ରହିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଶେଷଥର ପାଇଁ କେବେ ରତ୍ନଭଣ୍ଡାର ଖୋଲାଯାଇଥିଲା ଓ ସେ ସମୟରେ କଣ କଣ ରତ୍ନ, କେତେ ପରିମାଣର ଥିଲା ବୋଲି ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.