Below header

ଝରକା ଭାଙ୍ଗି ଚୋରି କରି ନେଇଗଲେ ୮୦ ହଜାର କୋଟିର ହାର, ଜାଣିପାରିଲାନି ପୋଲିସ

ଜର୍ମାନୀରେ ଏକ ଆଶ୍ଚର୍ଯ୍ୟଜନକ ଚୋରି ଘଟଣା ସାମ୍ନାକୁ ଆସିଛି। କଡ଼ା ସିକ୍ୟୁରିଟି ସତ୍ତ୍ୱେ ଡ୍ରେସଡେନ୍‌ର ରାଜକୀୟ ସଂଗ୍ରହାଳୟ ‘‘ଗ୍ରୀନ୍‌ ବୋଲ୍ଟ’’ରୁ ଚୋରମାନେ ଚୋରି କରିବାରେ ସଫଳ ହୋଇଛନ୍ତି। ଏଠାରୁ ପ୍ରାୟ ୮୦ ଅରବ ବା ୮୦ ହଜାର କୋଟି ଟଙ୍କାରୁ ଅଧିକ ଦାମ୍‌ର ତିନିଟି ହୀରାର ସେଟ୍‌ ଚୋରି ହୋଇଛି। ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ସବୁଠାରୁ ବଡ଼ ଚୋରି ବୋଲି କୁହାଯାଉଛି।

ଡ୍ରେସ୍‌ଡ୍ରେନ୍‌ ଶାହୀ ମହଲରେ ଥିବା ଏହି ସଂଗ୍ରହାଳୟରେ ହାତୀ ଦାନ୍ତ, ସୁନା, ଚାନ୍ଦି ସହ ହୀରା ଗହଣା ଆଦି ଚାରି ହଜାରରୁ ଊର୍ଦ୍ଧ୍ୱ ପ୍ରକାରର ଗହଣା ଓ ଅନ୍ୟାନ୍ୟ ଜିନିଷ ରଖାଯାଇଛି। ପୋଲିସର କହିବାନୁସାରେ ଚୋରି ହୋଇଥିବା ଗହଣା ମଧ୍ୟରେ ୧୮ଶ ଶତାବ୍ଦୀର ସେକ୍ସୋନି ଶାସକ ଅଗଷ୍ଟସ୍‌ ଦ ଷ୍ଟ୍ରଙ୍ଗ୍‌ଙ୍କ ଆଭୂଷଣ ମଧ୍ୟ ରହିଛି। ଏହି ଦାମୀ ଗହଣାରେ ଖୁବ୍‌ ସୁନ୍ଦର କାରୁକାର୍ଯ୍ୟ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ଏମିତି ପରୀକ୍ଷା କରିବା ପରେ ବିଦ୍ୟୁତ୍‌ ତାରବାଡ଼ ଭାଙ୍ଗିଲା ଚତୁର ହାତୀ, ଦେଖନ୍ତୁ ଭାଇରାଲ ଭିଡିଓ

ପୋଲିସର କହିବା ମୁତାବକ ସୋମବାର ଏହି ଚୋରି ହୋଇଛି। ଚୋର ସଂଗ୍ରହାଳୟର ଝରକା ଭାଙ୍ଗି ଭିତରକୁ ଆସିଥିଲେ। ଏହି ସମୟରେ ବିଜୁଳି କାଟ ହୋଇଥିବାରୁ ରାସ୍ତ ମଧ୍ୟ ଅନ୍ଧାର ଥିଲା। ଲାଇନ୍‌ ନଥିବାରୁ ସଂଗ୍ରହାଳୟର ଆଲାର୍ମ ବି ବାଜି ନଥିଲା। ତେଣୁ ସଙ୍ଗେ ସଙ୍ଗେ ଚୋରକୁ ଧରିବା ସମ୍ଭବ ହେଲା ନାହିଁ। କିନ୍ତୁ ଭିତରର ସିସିଟିଭି କ୍ୟାମେରା ସକ୍ରିୟ ଥିଲା। ସମ୍ପୂର୍ଣ୍ଣ ଚୋରିର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି। ଖୁବ୍‌ଶୀଘ୍ର ଚୋରକୁ ଧରାଯିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.