Below header

ହିନ୍ଦୁ ମହିଳା ଓ ମୁସଲମାନ ପୁରୁଷଙ୍କ ମଧ୍ୟରେ ବିବାହ ହେଉଛି ‘ଅବୈଧ’; ହେଲେ ସେମାନଙ୍କ ସନ୍ତାନ ‘ବୈଧ’: ସୁପ୍ରିମ୍ କୋର୍ଟ

ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ହିନ୍ଦୁ ମହିଳା ଓ ମୁସଲମାନ ପୁରୁଷଙ୍କ ମଧ୍ୟରେ ବିବାହ ହେଉଛି, ‘ଅନିୟମିତ’ ଓ ‘ଅବୈଧ’; ହେଲେ ଏପରି ବିବାହରୁ ଜାତ ହେଉଥିବା ସନ୍ତାନ ହେଉଛି ବୈଧ। ଏଥିସହ ଏହି ପ୍ରକାର ବିବାହରୁ ଜନ୍ମ ହୋଇଥିବା ସନ୍ତାନର ପୈତୃକ ସଂପତ୍ତିରୁ ଭାଗ ପାଇବାର ସମସ୍ତ ଅଧିକାର ଓ ହକ୍ ରହିଛି ବୋଲି ମଧ୍ୟ କହିଛନ୍ତି ସୁପ୍ରିମ୍ କୋର୍ଟ।

କେରଳ ହାଇକୋର୍ଟର ଏହି ରାୟକୁ ଜାରୀ ରଖି ସୁପ୍ରିମ୍ କୋର୍ଟରେ ଆଗତ ହୋଇଥିବା ଏକ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏନ୍ ଭି ରମନ୍ନା ଓ ଜଷ୍ଟିସ୍ ଏମ୍ ଏମ୍ ଶାନ୍ତନାଗୌଦରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ନିଜ ରାୟରେ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ହିନ୍ଦୁ ମହିଳା ଓ ମୁସଲମାନ ପୁରୁଷଙ୍କ ମଧ୍ୟରେ ବିବାହ ହେଉଛି, ‘ଅନିୟମିତ’ ଓ ‘ଅବୈଧ’। ହେଲେ ସେମାନଙ୍କ ଦ୍ୱାରା ଜାତ ସନ୍ତାନ ହେଉଛି ବୈଧ ସନ୍ତାନ। ଏପ୍ରକାର ବିବାହରୁ ଜାତ ହେଉଥିବା ସନ୍ତାନର ପୈତୃକ ସଂପତ୍ତିରୁ ଭାଗ ପାଇବାର ସମସ୍ତ ଅଧିକାର ଓ ହକ୍ ରହିଛି।

supreme courtଖଣ୍ଡପୀଠ ଜଣାଇଥିଲା ଯେ,‘ଆମେ ଏହି ସିଦ୍ଧାନ୍ତରେ ପହଁଚିଛୁ ଯେ ଏମିତି କୌଣସି ମହିଳା ଯିଏ କି ମୂର୍ତ୍ତିପୂଜା କରୁଥିବେ କିମ୍ବା ଅଗ୍ନିଙ୍କର ପୂଜା କରିଥାନ୍ତି ସେ ଯଦି ମୁସଲିମ ପୁରୁଷଙ୍କୁ ବିବାହ କରୁଛନ୍ତି ତେବେ ତାହା ଅବୈଧ ଏବଂ ମାନ୍ୟତା ବୋଲି ଧରାଯାଏ ନାହିଁ। ଏହା ଏକ ଅନିୟମିତତା ବିବାହ ବୋଲି କୁହାଯିବ। ଏମିତି ବିବାହରେ ଜାତ ହୋଇଥିବା ସନ୍ତାନ ନିଜର ବାପାଙ୍କ ସମ୍ପତ୍ତି ଉପରେ ଦାବୀ କରିବାରେ ହକଦାର ଅଟେ।

ଏହା ସହ ପଢ଼ନ୍ତୁ : ଖୁବ୍ ରୋମାଞ୍ଚକର ଭାରତର ପ୍ରଥମ ବଜେଟ କାହାଣୀ, ଜଣେ ଇଂରେଜ କରିଥିଲେ ଏହାର ଆବେଦନ

ଏହି ମାମଲା ସେତେବେଳେ ଆରମ୍ଭ ହେଲା ଯେତେବେଳେ ସେହି ବିବାହରୁ ଜନ୍ମ ହୋଇଥିବା ସନ୍ତାନ ଶାମସୁଦିନ ବାପା ଇଲିୟାସଙ୍କ ମୃତ୍ୟୁ ହେବା ପରେ ପାରିବାରିକ ସମ୍ପତ୍ତିରୁ ଭାଗ ମାଗିଲା। ପରିଜନ ଏହାକୁ ଅବୈଧ ବୋଲି କହିଲେ ଏବଂ କହିଲେ ଯେ ହିନ୍ଦୁ ମହିଳାରୁ ଜନ୍ମ ହୋଇଥିବା ସନ୍ତାନ ଯିଏ କି ଅବୈଧ ଅଟେ।

ତେବେ, ଏପ୍ରକାର ବିବାହରେ ସଂପୃକ୍ତା ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସଂପତ୍ତି ଉପରେ କୌଣସି ପ୍ରକାରର ଅଧିକାର ବା ହକ୍ ନାହିଁ। ଏପରିସ୍ଥିତିରେ ସଂପୃକ୍ତା ମହିଳା ବିବାହ ସମୟରେ ପାଇଥିବା ଯୌତୁକ ଉପରେ ହିଁ ନିଜର ଅଧିକାର ଓ ହକ୍ ଜାହିର କରିପାରିବେ ବୋଲି ନିର୍ଦ୍ଦେଶ ଦେବା ସହ ଏମାମଲାରେ କେରଳ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.