ଶେଷ ହେଲା ମୋଷ୍ଟ ଓ୍ଵାଣ୍ଟେଡ୍‌ ଆତଙ୍କୀର ଖେଳ: ଭାରତୀୟ ସେନା ଗୁଳିରେ ନିପାତ ହେଲା ହିଜବୁଲର ଟପ୍‌ କମାଣ୍ଡର ରିୟାଜ୍‌ ନାଇକୁ

ପୁଲଓ୍ଵାମା: ଶେଷ ହେଲା ମୋଷ୍ଟ ଓ୍ଵାଣ୍ଟେଡ୍‌ ଆତଙ୍କୀର ଖେଳ । ନିପାତ ହେଲା ହିଜବୁଲର ଟପ୍‌ କମାଣ୍ଡର ରିୟାଜ୍‌ ନାଇକୁ । ଭାରତୀୟ ସେନା ଗୁଳିରେ ନିହତ ହୋଇଛି ରିୟାଜ୍‌ । ରିୟାଜର ରକ୍ତରେ ପୁରା ହେଲା ହନ୍ଦଓ୍ଵାଡାରେ ସହିଦ୍‌ ହୋଇଥିବା ବୀର ଯବାନଙ୍କ ପ୍ରତିଶୋଧର ନିଆଁ । ରିୟାଜ୍‌ ବ୍ୟତୀତ ଆଉ ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ମୃତ୍ୟୁର ବାଟ ଦେଖାଇଛନ୍ତି ଭାରତୀୟ ସେନା । ଆଜି ପୁଲଓ୍ଵାମାରେ ସୀମା ସୁରକ୍ଷାବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ ।

ଗତକାଲି ରାତିରେ ପୁଲଓ୍ଵାମାରେ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଞ୍ଚଳରେ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସୂଚନା ମିଳିଥିଲା । ସେପଟେ ଏହି ଏନକାଉଣ୍ଟର ପରେ ଶ୍ରୀନଗରରେ ମୋବାଇଲ୍‌ ଫୋନ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି । ଗତ ରବିବାର ହନ୍ଦଓ୍ଵାରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୮ ଜଣ ଯବାନ୍‌ ସହିଦ୍‌ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.