Below header

ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏମ୍‌ସ ଦେଲା ସୂଚନା

ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଏମସ ତରଫରୁ ସୂଚନା ଦିଆଯାଇଛି। ଖୁବ ଶୀଘ୍ର ସେ ନିଜ ଘରକୁ ଫେରିପାରିବେ ବୋଲି ଏମସ ତରଫରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୮ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଶ୍ରୀ ଶାହଙ୍କୁ ରାତି ଅଧରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଓଲ୍ଡ ପ୍ରାଇଭେଟ୍‌ ଓ୍ଵାର୍ଡରେ ରଖାଯାଇଥିଲା। ସେଠାରେ ଏମ୍‌ସ ଡାକ୍ତର ରଣଦୀପ ଗୁଲେରିୟା ତାଙ୍କ ଚିକିତ୍ସା କରୁଥିଲେ। ଏମ୍‌ସଠାରୁ ମିଳିଥିବା ସୂଚନା ମୁତାବକ ତାଙ୍କୁ ଥକାପଣ ଓ ଶରୀର ପୀଡ଼ା ଅନୁଭୂତ ହେଉଥିଲା।

ସୂଚନାଯୋଗ୍ୟ ଯେ ନିକଟରେ ସେ କରୋନା ସଂକ୍ରମିତ ହୋଇଥିଲେ। ଏଣୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଅମିତ ଶାହା ନିଜେ ଟ୍ଵିଟ୍‌ କରି ଏନେଇ ସୂଚନା ଦେଇଥିଲେ। ଏଥିସହ ସେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବି ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ “ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏଥିପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି । ଏପରି ଏକ ଖରାପ ସମୟରେ ଯେଉଁମାନେ ମୋର ସୁସ୍ଥତା ନେଇ ଶୁଭକାମନା ଦେବା ସହ ମୋର ଓ ମୋ ପରିବାରର ସାହସ ବଢ଼ାଇଛନ୍ତି ସେମାନଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଛି । ରିପୋର୍ଟ ନେଗେଟିଭ ଆସିଥିଲେ ବି ମୁଁ ଆହୁରି କିଛି ଦିନ ହୋମ ଆଇସୋଲେସନରେ ହିଁ ରହିବି।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.