ତେଜୁଛି ହଂକଂ ଆନ୍ଦୋଳନ, ପୋଲିସକୁ ରୋକିବାକୁ ବିଶ୍ୱବିଦ୍ୟାଳୟରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ, ଭିଡିଓ ଭାଇରାଲ

ହଂକଂ ବିଶ୍ୱବିଦ୍ୟାଳୟରେ ଏକତ୍ର ଲୋକତନ୍ତ୍ର ସମର୍ଥକ ପ୍ରଦର୍ଶନକାରୀ ପୋଲିସକୁ ଭିତରକୁ ପୂରାଇ ନ ଦେବାକୁ ସୋମବାର ପରିସରର ମୁଖ୍ୟ ଦ୍ୱାରରେ ନିଆଁ ଲଗାଇ ଦେଇଛନ୍ତିି। ଏହି ଘଟଣା ପରେ ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସ ଅଧିକ କଠୋର ହେବ ବୋଲି ଜଣାଯାଇଛି। ପୋଲିସକୁ ରୋକିବାକୁ ପୂର୍ବରୁ ମଧ୍ୟ ଆନ୍ଦୋଳନକାରୀ ତୀରମାଡ଼ କରିଥିଲେ। ରବିବାର ଜଣେ ପୋଲିସ ଅଧିକାରୀଙ୍କୁ ତୀର ଲାଗିବା ପରେ ପୋଲିସ ଆନ୍ଦେଳନକାରୀଙ୍କୁ ଏଭଳି କରିବାରୁୁ ବିରତ ରହିବାକୁ କହିଥିଲା। ନଚେତ୍‌ ପୋଲିସ ତରଫରୁ ଗୁଳିମାଡ଼ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ଘଟଣା ପରେ ଛଅ ମାସ ଧରି ଚାଲିଥିଲା ଆନ୍ଦୋଳନ ଅଧିକ ତେଜିଛି। ଘଟଣାକୁ ନେଇ ଚୀନ ବାରମ୍ବାର ଚେତାବନୀ ଦେଇଥିବା ବେଳେ ଏଭଳି ଉଦ୍‌ବେଗଜନକ ପରିସ୍ଥିତିରେ ଚୀନ୍‌ ହସ୍ତକ୍ଷେପ କରିବା ସମ୍ଭାବନା ବଢ଼ିଯାଇଛି।

ଦେଖନ୍ତୁ ଭିଡିଓ:

ବିଶ୍ୱ ଆର୍ଥିକ କେନ୍ଦ୍ର ହଂକଂ ଠାରେ ଜୁନ୍‌ ମାସଠାରୁ ଆନ୍ଦୋଳନ ପ୍ରଦର୍ଶନ ଜାରି ରହିଛି। ଚୀନୀ ଶାସନ ଯୋଗୁ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନତା କମି କମି ଯାଉଥିବାରୁ ଏହାକୁ ବନ୍ଦ କରିବାକୁ ଆନ୍ଦୋଳନ ଚାଲୁଥିବା ଜଣାଯାଇଛି। ଏହି ମାମଲାରେ ଚୀନ୍‌ ରାଷ୍ଟ୍ରପତି ସି ଚିନ୍‌ଫିଙ୍ଗ୍‌ କହିଛନ୍ତି ଯେ ଏହି ଆନ୍ଦୋଳନ ଫଳରେ ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା ଭଳି ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି।

ଏହାସହ ପଢ଼ନ୍ତୁ: ହୋଟେଲ୍‌ ମାଲିକ ସାବଧାନ୍‌! ଗ୍ରାହକଙ୍କ ଗାଡ଼ିକୁ ଦିଅନ୍ତୁ ସୁରକ୍ଷା ନ ହେଲେ ଗଣିବେ ମୋଟା ଅଙ୍କର ଜରିମାନା

୧୯୯୭ ମସିହାରେ ବ୍ରିଟେନ୍‌ ହଂକଂକୁ ଚୀନକୁ ସମର୍ପଣ କରିଥିଲା। ପ୍ରଥମେ ପ୍ରଥମେ ସବୁ କିଛି ଠିକ୍‌ଠାକ୍‌ ଚାଲିଥିବା ବେଳେ ଚୀନ୍‌ର ଅତ୍ୟଧିକ ହସ୍ତକ୍ଷେପ ଯୋଗୁ ଲୋକମାନେ ଅତିଷ୍ଠ ହୋଇ ଆନ୍ଦୋଳନ କରିଛନ୍ତି। ରବିବାର ବିଶ୍ୱବିଦ୍ୟାଳୟରେ ଶହ ଶହ ପ୍ରଦର୍ଶନକାରୀ ପୋଲିସଠାରୁ ବଞ୍ଚିବାକୁ ନିକଟରେ ଥିବା କ୍ରାସ୍‌ ହର୍ବର ସୁଡ଼ଙ୍ଗକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଆନ୍ଦୋଳନ ଲୋକମାନେ ସ୍ୱତଃପ୍ରବୃତ୍ତ ଭାବେ କରୁଥିବାରୁ କେହି ନେତା ନାହାନ୍ତି, ଯାହା ସହ ସରକାର ଆଲୋଚନା କରି ଆନ୍ଦୋଳନ ବନ୍ଦ କରିପାରିବେ। ପୃଥିବୀର ଏହା ସବୁଠାରୁ ବଡ଼ ନେତାବିହୀନ ଆନ୍ଦୋଳନ ବୋଲି କୁହାଯାଉଛି। ତେବେ ହିଂସା ବଢ଼ିବା ଯୋଗୁ ଚଳିତମାସ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଆନ୍ଦୋଳନ କାରଣରୁ ବିତ୍ତୀୟକେନ୍ଦ୍ରରେ ମଧ୍ୟ କ୍ଷତି ହୋଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.