Below header

ହାରିବା ପରେ ମମତା କେମିତି ହେବେ ମୁଖ୍ୟମନ୍ତ୍ରୀ?, କଣ ରହିଛି ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ହ୍ୟାଟ୍ରିକ୍‌ ମାରିଥିଲେ ବି, ନନ୍ଦିଗ୍ରାମରେ ନିଜେ ବଡ଼ ଝଟ୍‌କା ଖାଇଛନ୍ତି ଦିଦି । ଏହାପରେ ନନ୍ଦିଗ୍ରାମରେ ପରାଜୟ ପରେ ନିର୍ବାଚନ କମିଶନ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ମମତା ବାନାର୍ଜୀ। ପକ୍ଷପାତିତା ବିରୋଧରେ କୋର୍ଟ ଯିବେ ବୋଲି ଦିଦି କହିଛନ୍ତି । ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ।

ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ସିଟ୍‌ରେ ବିଜୟ ସହ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବ ଟିଏମ୍‌ସି । ହେଲେ ନନ୍ଦିଗ୍ରାମରେ ନିଜର ପୁରୁଣା ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଛନ୍ତି । ୧୯୫୬ ଭୋଟ୍‌ରେ ଶୁଭେନ୍ଦୁଙ୍କ ଠାରୁ ପରାସ୍ତ ହୋଇଛନ୍ତି ମମତା ।   ତେବେ ଏବେ ପ୍ରଶ୍ନ ଉଠୁଛି ମମତା ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ? ହାରିବା ପରେ କେମିତି ରହିବେ ମୁଖ୍ୟମନ୍ତ୍ରୀ ? ମୁଖ୍ୟମନ୍ତ୍ରୀ ହେବାକୁ ୬ ମାସ ସମୟ ମିଳିବ । ଉପନିର୍ବାଚନ ପାଇଁ ୬ ମାସ ସମୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.