ଆଜିର ଆଇପିଏଲ ମ୍ଯାଚରେ ମୁହାଁମୁହିଁ ହେବେ କୋଲକତା ଏବଂ ବାଙ୍ଗାଲୋର

ଆଜିର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। କୋଲକତା ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ରହିଥିବା ବେଳେ ଅନ୍ୟ ପଟରେ ୨ଟି ମ୍ୟାଚ୍ ପରାଜିତ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ବ୍ୟାକୁଳ ।

ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ଏବଂ କୋଲକତା ମଧ୍ୟରେ ହୋଇଥିବା ମ୍ଯାଚକୁ ବାଙ୍ଗାଲୋର ୩୮ ରନରେ ମ୍ୟାଚ୍ ଜିତିଥିଲା । ଏଥର ନାଇଟ ରାଇଡର୍ସ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ ହେବା ଜରୁରୀ ।

ନାଇଟ୍ ରାଇଡର୍ସ: ଶୁଭମନ ଗିଲ, ନିତିଶ ରାଣା, ରାହୁଲ ତ୍ରିପାଠୀ, ସୁନିଲ ନାରାଏନ, ଇୟନ ମୋର୍ଗାନ(ଅଧିନାୟକ), ଆନ୍ଦ୍ରେ ରସେଲ, ଦିନେଶ କାର୍ତ୍ତିକ, ପ୍ୟାଟ୍ କମିନ୍ସ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା ।

ରୟାଲ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି(ଅଧିନାୟକ), ଫିନ ଆଲେନ, ଦେବଦତ୍ତ ପାଡ଼ିକଲ, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି ଭିଲର୍ସ, କେଲି ଜାମିସନ, ୱାସିଂଟନ ସୁନ୍ଦର, ସାହାବାଜ ଅହମ୍ମଦ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.