ନିଲମ୍ବିତ ହେଲେ ତ୍ରିପୁରାର ଡିଏମ୍ ଶୈଳେଶ କୁମାର, ନାଇଟ୍ କର୍ଫ୍ଯୁ ସମୟରେ ବାହାଘରରେ ପହଞ୍ଚି କରିଥିଲେ ହଙ୍ଗାମା

ନିଲମ୍ବିତ ହେଲେ ତ୍ରିପୁରାର ଡିଏମ୍ ଶୈଳେଶ କୁମାର ଯାଦବ। ନାଇଟ କର୍ଫ୍ୟୁ ସମୟରେ ଏକ ବିବାହ କାର୍ଯ୍ୟକ୍ରମରେ ପହଞ୍ଚି ହଙ୍ଗାମା କରିଥିଲେ ଡିଏମ୍ ଶୈଳେଶ ଯାଦବ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏହି ଭିଡିଓରେ ସେ ବିବାହ ଉତ୍ସବରେ ଥିବା ସମସ୍ତଙ୍କ ସହିତ ଅପଶବ୍ଦ ବ୍ୟବହାର କରି ମାରପିଟ୍ କରିଥିଲେ। କୋଭିଡ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ସେ ମ୍ୟାରେଜ୍ ହଲକୁ ସିଲ୍ ମଧ୍ୟ କରିଦେଇଥିଲେ।

କେବଳ ସେତିକି ନୁହେଁ ଡିଏମ୍  ନାଇଟ୍ କର୍ଫ୍ୟୁ ସମୟରେ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଉଭୟ ବର-ବଧୂ ଓ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ନାମରେ ମାମଲା ମଧ୍ୟ ରୁଜୁ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଭିଡିଓ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାନୁଯାୟୀ, ତ୍ରିପୁରାର ଡିଏମ୍ ଶୈଳେଶ କୁମାର ଯାଦବ ମାନିକ୍ୟା କୋର୍ଟ ଅଞ୍ଚଳରେ ଏକ ବିବାହ କାର୍ଯ୍ୟକ୍ରମ ରୋକିବା ବେଳେ ତାଙ୍କର ଭିଡିଓ ଭାଇରାଲ୍ ହୋଇଥିଲା। ବିବାହ କାର୍ଯ୍ୟକ୍ରମରେ କୋଭିଡ ଗାଇଡଲାଇନ୍ ପାଳନ ହେଉନଥିବା ଅଭିଯୋଗରେ ଡିଏମ୍ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ବାହାର କରିଦେଇଥିଲେ। ଏପରିକି ଷ୍ଟେଜ ଉପରେ ଥିବା କନ୍ୟାକୁ ଓହ୍ଲାଇ ଆସିବାକୁ କହିଥିଲେ। ଏହି ସମୟରେ ଡିଏମ୍ ଅପଶବ୍ଦ ବ୍ୟବହାର କରିଥିଲେ। ସେଠାରେ ଉପସ୍ଥିତ ଥିବା ୩୦ ଜଣଙ୍କୁ ଗିରଫ ମଧ୍ୟ କରିଥିଲେ। ଏହି ସମୟରେ ଡିଏମ୍ ସେଠାରେ ବିବାହ ରୋକିବା ବେଳେ କେହି ଜଣେ ଭିଡିଓ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଥିଲା। ଏହାପରେ ଡିଏମ୍ କ୍ଷମା ପ୍ରାର୍ଥନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.