ନିର୍ବାଚନ ଆୟୋଗର ବଡ ନିଷ୍ପତ୍ତି : ସ୍ୱାମୀ ସ୍ତ୍ରୀ ଦୁଇଜଣ ସରକାରୀ ଚାକିରି କରିଥିଲେ, ଜଣେ କରିବେ ନିର୍ବାଚନ ଡ୍ୟୁଟି

ଉଭୟ ପତିପତ୍ନୀ ସରକାରୀ ଚାକିରିଆ ହୋଇଥିଲେ ପ୍ରାୟତଃ ଉଭୟଙ୍କର ନିର୍ବାଚନ ଡ୍ୟୁଟି ପଡ଼ିଥାଏ। ଏଥିଯୋଗୁ ସେମାନଙ୍କୁ ନିଜର ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। ତେବେ ଏପରି ସମସ୍ୟାରୁ ଦମ୍ପତିଙ୍କୁ ମୁକ୍ତି ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଉତ୍ତରପ୍ରଦେଶ ନିର୍ବାଚନ ଆୟୋଗ ।

ଲୋକସଭା ନିର୍ବାଚନ ୨୦୨୪ରେ ସରକାର କର୍ମଚାରୀଙ୍କ ଡ୍ୟୁଟିକୁ ନେଇ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ପତିପତ୍ନୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ନିର୍ବାଚନ ଡ୍ୟୁଟିରେ ଜଣେ ନିୟୋଜିତ ହେବେ। ଅନ୍ୟ ଜଣଙ୍କୁ ଏଥିରୁ ମିଳିବ ମୁକ୍ତି। ତେବେ କାହାକୁ ମୁକ୍ତି ମିଳିବ ଓ କିଏ କରିବ ଡ୍ୟୁଟି ସେ ସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ।

ଏ ପ୍ରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଉତ୍ତରପ୍ରଦେଶ ନିର୍ବାଚନ ଆୟୋଗ । ଉଭୟ ପତିପତ୍ନୀ ସରକାରୀ ଚାକିରିଆ ହୋଇଥିଲେ ପ୍ରାୟତଃ ଉଭୟଙ୍କର ନିର୍ବାଚନ ଡ୍ୟୁଟି ପଡ଼ିଥାଏ। ଏଥିଯୋଗୁ ସେମାନଙ୍କୁ ନିଜର ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। ତେବେ ଏପରି ସମସ୍ୟାରୁ ଦମ୍ପତିଙ୍କୁ ମୁକ୍ତି ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଉତ୍ତରପ୍ରଦେଶ ନିର୍ବାଚନ ଆୟୋଗ ।

ତେବେ ଏ ନେଇ ଦମ୍ପତିଙ୍କୁ ପ୍ରଥମେ ନିଜ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ପ୍ରାର୍ଥନା ପତ୍ର ଲେଖି ଅବଗତ କରିବାକୁ ପଡ଼ିବ । ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଏହା ଉପରେ ଶେଷ ନିଷ୍ପତ୍ତି ନେଇ ଜଣଙ୍କୁ ଡ୍ୟୁଟିରେ ନିୟୋଜିତ କରିବେ। ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ ନିଜ ନିର୍ଦ୍ଦେଶନାମାର ଏହି କପିକୁ ୟୁନାଇଟେଡ ଟିଚର୍ସ ଆସୋସିଏସନ, ମିନିଷ୍ଟ୍ରାଏଲ କଲେକ୍ଟ୍ରେଟ୍‌ କର୍ମଚାରୀ ସଂଘ ଏବଂ ୟୁନାଇଟେଡ ଟିଚର୍ସ ଆସୋସିଏସନକୁ ପଠାଇଛନ୍ତି । ତେବେ କହିବାକୁ ଚାହିଁବୁ ଯେ ଚଳିତ ଥର ୧୯ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ । ୪ ଜୁନରେ ମତଗଣନା ଆରମ୍ଭ ହେବ ।