Below header

ପତ୍ନୀଙ୍କ ଗର୍ଭପାତ କରିବାକୁ ଚାହୁଁଥିଲେ ପତି, ନ ମାନିବାରୁ ଜୀବନ୍ତ ଜଳାଇଲେ

ନୂଆଦିଲ୍ଲୀ : ଗର୍ଭବତୀ ହେବାର ୫ ମାସ ପରେ ପତି ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଗଲା । ପତି ପିଲା ଚାହୁଁ ନଥିବା ବେଳେ ପତ୍ନୀଙ୍କୁ ଗର୍ଭପାତ ପାଇଁ କହିଲେ ପତି । ହେଲେ ପତ୍ନୀ ଏଥିରେ ରାଜି ହେଲେ ନାହିଁ । ଏହି କଥାରୁ ପତିଙ୍କ ମୁଣ୍ଡକୁ ଚଢ଼ିଗଲା ଗରମ । ବାସ ପତ୍ନୀଙ୍କ ଦେହରେ ଲଗାଇଦେଲେ ନିଆଁ । ପତ୍ନୀ ସାଂଘାତିକ ଭାବେ ଜଳି ଯାଇଥିବା ବେଳେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସାଧାରଣ କଥାରୁ ପତିର ଏପରି ଜଘନ୍ୟ କାର୍ଯ୍ୟକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି ।

ମାମଲାଟି ହେଉଛି ଲିବିୟାର । ୨୧ ବର୍ଷିୟ ହାନା ମହମ୍ମଦ ଖୋଦରୀ ତ୍ରିପୋଲିର ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ବହୁତ କ୍ରିଟକାଲ କଣ୍ଡିସନରେ ଅଛନ୍ତି । ପତି ତାଙ୍କୁ ଗ୍ୟାସ ଲଗାଇ ପୋଡି ଦେଇଥିଲେ । ହାନାଙ୍କ ଅବସ୍ଥା ବହୁତ ଖରାପ ଅଛି । ତାଙ୍କ ପେଟରେ ଥିବା ପିଲାଟି ନଷ୍ଟ ହୋଇଯାଇଥିବା କହିଛନ୍ତି ଡାକ୍ତର । ତେବେ ହାନାଙ୍କର ବଞ୍ଚିବା ସମ୍ଭାବନା କମ ଥିବା କହିଛନ୍ତି ଡାକ୍ତର । କାରଣ ହାନା ଏବେ ଲାଇଫ ସପୋର୍ଟରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.