ଫେରିବାକି ଅତୀତକୁ ? ଅର୍ଥ ସଂକଟ ଟାଳିବାକୁ ସ୍ୱର୍ଣ୍ଣ ମୁଦ୍ରାର ପ୍ରଚଳନ, ନିଷ୍ପତ୍ତି ନେଲା ଏ ଦେଶ

ଟଙ୍କା ନାହିଁ ଯୋଉଠି, କିଛି ନାହିଁ ସେଇଠି । କାରଣ ଅର୍ଥ ହିଁ ସବୁର ଚାବିକାଠି । ଯଦି ଅର୍ଥର ଅଭାବ ରହୁଛି ଲୋକଟିଏ ଘରୁ ବାହାରି ବି ପାରୁନି । ଯଦି ସେହି ସଂକଟ ଦେଶରେ ଘଟୁଛି ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହେଉଛି ସ୍ଥିତି। ଏହାର ଉଦାହରଣ ଯଦି ଦେଖିବା ତେବେ ଆମ ଆଗରେ ବିମୁଦ୍ରୀକରଣ ଘଟଣା ରହିଛି । ଏବେ ଏବେ ସମସ୍ତେ ଶ୍ରୀଲଙ୍କା ଅବସ୍ଥାକୁ ବି ଦେଖୁଥିବେ । ଏମିତିକି କିଛି ଦିନ ପୂର୍ବରୁ ବି ଚୀନରେ ବି ସେଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଠି ବ୍ୟାଙ୍କ ବାହାରେ ଟ୍ୟାଙ୍କ ମୁତୟନ କରାଯିବାର ଚିତ୍ର ସାମନାକୁ ଆସିଥିଲା । ହେଲେ ଏବେ ଆଉ ଏକ ଦେଶ ଅର୍ଥକୁ ନେଇ ଏକ ବଡ ପଦକ୍ଷେପ ନେଇଛି । ଏଠାକାର ସରକାର ନିଷ୍ପତ୍ତି ନେଇଛନ୍ତି ଗୋଲଡ୍‌ କଏନ ପ୍ରଚଳନ କରିବାକୁ । ତେବେ ସୁନା ତ ଆଦୌ ଶସ୍ତା ନୁହେଁ । ଏହାକୁ ନେଇ ବିଭିନ୍ନ ସମସ୍ୟା ମଧ୍ୟ ରହିଛି । ଏସବୁ ସତ୍ତ୍ୱେ ଏହି ଦେଶ କେମିତି ଏତେ ବଡ଼ ନିଷ୍ପତ୍ତି ନେଲା ଓ ଏହା ପଛରେ କାରଣ କଣ ଆସନ୍ତୁ ଜାଣିବା ।

ଆମେ କହୁଛୁ ଆଫ୍ରିକୀୟ ଦେଶ ଜିମ୍ବାୱେ କଥା । ଅର୍ଥ ସଂକଟ ସହ ଯୁଝି ହେଉଛି ଏହି ଦେଶ । ଏହାର ମୁଦ୍ରା ଉପରେ ଲୋକଙ୍କ ଭରସା ତୁଟି ଗଲାଣି । ସରକାର ମଧ୍ୟ ଏହି କଥାକୁ ନେଇ ଚିନ୍ତାରେ । ପୂର୍ବ କିଛି ଦିନ ହେବ ଏହି ସଂକଟରୁ ବାହାରିବା ପାଇଁ ଚେଷ୍ଟା କରାଯାଉଛି । ଜିମ୍ବାୱେ କରେନ୍ସିର ମୂଲ୍ୟ ଖସିବା ହେତୁ ଦେଶରେ ସୁନାର କଏନ ଚଳାଇବା ଆରମ୍ଭ ହୋଇଗଲାଣି । ଜିମ୍ବାୱେର ସେଣ୍ଟ୍ରାଲ ବ୍ୟାଙ୍କ ଗତ ସୋମବାର ଠାରୁ ସୁନାର କଏନ ରିଲିଜ କରିଛି ।

ପୂର୍ବ ଦୁଇ ଦଶକରୁ ଜମ୍ବାୱେର ମୁଦ୍ରାସ୍ପୀତି ଖସିବାରେ ଲାଗିଛି । ଅନ୍ତଃରାଷ୍ଟ୍ରୀୟ ମୁଦ୍ରାସ୍ପୀତି ଅନୁସାରେ ୨୦୦୮ରେ ମୁଦ୍ରାସ୍ପୀତି ୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଏହା ପରେ ଲୋକଙ୍କର ନିଜ ଦେଶର ମୁଦ୍ରା ପ୍ରତି ମୋହଭଙ୍ଗ ହୋଇଥିଲା । ଏଠାକାର ଲୋକେ ବେଆଇନ୍‌ ଭାବରେ ଆମେରିକା ଡଲାରକୁ ନିଜ ପାଖରେ ରଖିବା ଆରମ୍ଭ କରିଦେଲେ । କାରଣ ଅମେରିକା ଡଲାରର ମୂଲ୍ୟ ଅଧିକ । ତେଣୁ ଜିମ୍ବାୱେର ଲୋକମାନେ ଏହାକୁ ଲୁଚାଇ ଘରେ ରଖୁଛନ୍ତି । ପରିସ୍ଥିତି ଏପରି ହୋଇଗଲାଣି ଯେ ଅନେକ ଦୋକାନୀ ମଧ୍ୟ ସେଠାକାର ସ୍ଥାନୀୟ କରେନ୍ସି ନେବା ପାଇଁ ମନା କରୁଛନ୍ତି । ଏହାର ବିକଳ୍ପ ଭାବରେ ସେଠାରେ ଏବେ ସୁନାର କଏନ ଲଞ୍ଚ କରାଯାଇଛି । କିନ୍ତୁ କେମିତି ଆଉ କେବେ ହବ ସୁନା କଏନର ବ୍ୟବହାର । ଆସନ୍ତୁ ଜାଣିବା ।

ଜିମ୍ବାୱେର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଜାନ ମାଙ୍ଗୁଦୟାଙ୍କର କହିବା କଥା କି ଦେଶରେ ଯେଉଁ ସୁନାର କଏନ ଜାରି କରାଯାଇଛି, ତାହାର ପ୍ରଥମ ଭାଗ ବିଦେଶରେ ପ୍ରସ୍ତୁତ କରାଯାଇଛି । କିଛିଦିନ ପରେ ଏହାର ନିର୍ମାଣ ଦେଶରେ ହିଁ କରାଯିବ । ଦେଶରେ ଜିନିଷ କିଣିବା ପାଇଁ ୨୨ କ୍ୟାରେଟର ସୁନା କଏନର ବ୍ୟବହାର କରାଯିବ ।
କୌଣସି ବି ମଣିଷ ଏହି କଏନକୁ କିଣି ପାରିବ । ଏହାଦ୍ୱାରା କିଣାକିଣି ବି କରି ପାରିବ । ଏହାକୁ କିଣିବା ପାଇଁ ସ୍ଥାନୀୟ ଓ ବିଦେଶୀ କରେନ୍ସିର ପ୍ରୟୋଗ କରାଯାଇ ପାରେ । ଯଦିଓ ଏହା କିଣିବା ଲୋକ ଉପରେ ନିର୍ଭର କରେ କି ସେ ଏହି କଏନକୁ ବ୍ୟାଙ୍କରେ ସଞ୍ଚୟ ହିସାବରେ ରଖିବେ ଅଥବା ଘରେ ରଖିବେ ।

ଏହାକୁ ନେଇ ଜଣେ ଅର୍ଥ ବିଶେଷଜ୍ଞଙ୍କର କହିବା କଥା କି ଜିମ୍ବାୱେରେ ସୁନାର କଏନକୁ ଅନେକ ସମସ୍ୟାର ସମାଧାନ ଭାବରେ ଅଣାଯାଇଛି । ପ୍ରଥମତଃ ଏହା ଦ୍ୱାରା ଏଠାକାର ଲୋକଙ୍କ ମଧ୍ୟରେ ଆମେରିକା ଡଲାରକୁ ପାଇବାର ଜିଜ୍ଞାସା କମିବ । ଦ୍ୱିତୀୟରେ ଦୋକାନୀ ଏହି କଏନକୁ ନେବା ପାଇଁ ମନା କରିବେ ନାହିଁ । ଯାହା କିଣାବିକାର ବିକଳ୍ପ ହେବେ । ତୃତୀୟରେ ଲୋକଙ୍କର ବିଶ୍ୱାସ ବଢିବ । ଏହିଭଳି ଭାବେ ଦେଶରେ ମୁଦ୍ରାକୁ ନେଇ ସୃଷ୍ଟି ହୋଇଥିବା ସଂକଟକୁ ରୋକିବାର ପ୍ରସ୍ତୁତି କରାଯାଉଛି ।

ଜିମ୍ବାୱେର ଭାଷାରେ ଭିକ୍ଟୋରିଆ ଫଲ୍ସ ନାମରେ କଏନକୁ ମୋସି ଓଆ ଟୁନ୍ୟା କୁହାଯାଏ । ସେଣ୍ଟ୍ରାଲ ବ୍ୟାଙ୍କର କହିବା କଥା ଦେଶବାସୀ ଯେବେ ଚାହିଁବେ ଏହି କଏନକୁ ପୁଣିଥରେ କ୍ୟାସରେ ବଦଳାଇ ପାରିବେ । ରାଷ୍ଟ୍ରୀୟ ଅଥବା ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହାକୁ ବିକା ମଧ୍ୟ ଯାଇ ପାରିବ । ଦେଶରେ କରେନ୍ସିର ପରିସ୍ଥିତିକୁ ଦେଖି କୁହାଯାଉଛି କି ଯଦି ଆପଣ ଏହାକୁ କ୍ୟାସରେ ବଦଳାଇବାକୁ ଚାହାନ୍ତି ତେବେ ପାଖାପାଖି ୬ ମାସ ଯାଏଁ ଅପେକ୍ଷା କରିବାକୁ ହେବ ।

ଏକ ମୋସି ଓଆ ଟୁନ୍ୟାର ମୂଲ୍ୟ ୧୫ ହଜାର ଟଙ୍କା । ଏହାର ବ୍ୟବହାର କରଜର ନେଣଦେଣ ପାଇଁ ବି କରାଯାଇଥାଏ । ଜିମ୍ବାୱେ ସୁନାର କଏନ ଜାରି କରୁଥିବା ପ୍ରଥମ ଦେଶ ନୁହେଁ । ଏହା ପୂର୍ବରୁ ଚୀନ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ମଧ୍ୟ ଏହାର ପ୍ରଚଳନ ହୋଇ ସାରିଛି । କିନ୍ତୁ ସେଠାକାର କରେନ୍ସିର ପରିସ୍ଥିତି ଖରାପ ନଥିଲା ।

ହେଲେ ବର୍ତ୍ତମାନ ଜିମ୍ବାୱେର ସ୍ଥିତି ଯାହା ସେଥିରେ ପୁଣି ସୁନାର କରେନ୍ସି । ଏହି ଯୋଜନା କେତେ ଦୂର ସଫଳ ହେବ ତାହା ନିଶ୍ଚୟ ଦେଖିବାର କଥା । କିନ୍ତୁ ବର୍ତ୍ତମାନ ସମୟରେ ଏହା ନିଶ୍ଚୟ ଏକ ଆହ୍ଵାନ ହେବ ଏହି ରାଷ୍ଟ୍ର ପାଇଁ । ଦର୍ଶକ ବନ୍ଧୁ, ଆମେ ଜାଣିଛେ କି ଅତୀତରେ ଆମ ଦେଶରେ ସ୍ୱଣ୍ଵର୍ ମୁଦ୍ର ପ୍ରଚଳନ ହେଉଥିଲା । ରାଜା ମହାରାଜା ତଥା ଧନୀକ ଗୋଷ୍ଠୀର ଲୋକମାନେ ଏହାକୁ ବ୍ୟବହାର କରୁଥିଲେ । ଲାଗୁଛି ଏବେ ପୁଣି ସେହି ଦିନ ଫେରି ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.