ଅଭାବନୀୟ ଘଟଣା: କୂଅରେ ପଡ଼ି ବିବାହିତା ମହିଳାଙ୍କ ମୃତ୍ୟୁ

ରାଇକିଆ (କେନ୍ୟୁଜ ): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ବାନ୍ଦାଗୁଡା଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି କୂଅରେ ପଡ଼ି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ବାନ୍ଦାଗୁଡା ଗ୍ରାମର ରଶ୍ମୀ ନାୟକଙ୍କ ସ୍ତ୍ରୀ ସୁଦୀପ୍ତା ନାୟକ ।

ସୂଚନା ଅନୁଯାୟୀ ମହିଳା ଜଣକ ଲୁଗା ସଫା କରିବାକୁ ନିକଟସ୍ଥ କୂଅକୁ ଯାଇଥିଲେ କୋୖଣସି କାରଣ ବଶତଃ ମହିଳା ଜଣକ କୂଅରେ ପଡ଼ି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନି ଶ୍ରମ ବିଭାଗ ପହଞ୍ଚି ମହିଳା ଜଣକୁ କୂଅ ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜି ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ମହିଳାକୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.