ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଘରୁ ଇଡି ଜବତ କଲା କୋଟି କୋଟି ଟଙ୍କା

ଅମୃତସର : ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଘରୁ ଇଡି ଜବତ କଲା କୋଟି କୋଟି ଟଙ୍କା । ପଞ୍ଜାବରେ ନିର୍ବାଚନ ପୂର୍ବରୁ ଜବତ ହୋଇଥିବା ଏହି ବିପୁଳ ଟଙ୍କାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପୁତୁରା ଭୂପେନ୍ଦ୍ର ସିଂହଙ୍କ ଘରୁ ପ୍ରାୟ ୮ କୋଟି ଏବଂ ସନ୍ଦୀପ ସିଂହ ନାମକ ଅନ୍ୟ ଜଣକ ଘରୁ ୨ କୋଟିରୁ ଅଧିକ ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଜବତ କରିଛନ୍ତି । ମୋଟ ୧୦ଟି ଜାଗାରେ ରେଡ୍ କରାଯାଇଥିଲା । ସୂଚନା ଥାଉ କି, ବେଆଇନ୍ ବାଲି ଖନନ କାରବାରରେ ମୋଟ ୨୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।
ଏହି ଘଟଣା ପରେ ଚନ୍ନି କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଆମ ଉପରେ ଚାପ ପକାଇବା ପାଇଁ ଏଭଳି କରଯାଉଛି । ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଠିକ୍ ଏମିତି ମମତା ବାନାର୍ଜୀଙ୍କ ସହ କରାଯାଇଥିଲା ।