ବିଶ୍ୱରେ ମାଡ଼ି ଚାଲିଛି ସଂକ୍ରମଣ, ଗୋଟିଏ ସପ୍ତାହରେ କୋଟିଏ ୮୦ ଲକ୍ଷ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀର ମହାବେଗ । କରୋନା କାୟାରେ ବ୍ରେକ୍‌ ଲାଗୁ ନାହିଁ । ଗୋଟିଏ ସପ୍ତାହରେ କୋଟିଏ ୮୦ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୧୦-୧୬ ତାରିଖ ଭିତରେ ସାରା ବିଶ୍ୱରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍‌ ପୂର୍ବ ସପ୍ତାହ ଅପେକ୍ଷା ସଂକ୍ରମଣ ୨୦ ପ୍ରତିଶତ ବଢିଛି । ଏହି ସମୟ ଭିତରେ କରୋନା ନେଇଛି ଆଉ ୪୫ ହଜାର ଜୀବନ । ତାପୂର୍ବ ସପ୍ତାହରେ ୪୩ ହଜାର ମୃତ୍ୟୁବରଣ କରିଥିଲେ । କେବଳ ଆଫ୍ରିକା ମହାଦେଶକୁ ଛାଡ଼ିଦେଲେ ଅନ୍ୟ ସବୁଠୁ ସଂକ୍ରମଣ ବଢିଛି ।

ବଡ଼ କଥା ଡେଲ୍‌ଟାକୁ ପଛରେ ପକାଇ ଓମିକ୍ରନ୍‌ ପ୍ରଭାବଶାଳୀ ହେଉଛି । ଭୟଙ୍କର ଭାବରେ ବ୍ୟାପୁଛି । ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅଧିକ ଚାପ ସୃଷ୍ଟି ହୋଇଛି । ଓମିକ୍ରନ୍‌ କମ୍‌ ଗୁରୁତର କରୁଥିବା ସତ୍ତ୍ୱେ ଏହାକୁ ସାଧାରଣ ରୋଗ ଭାବିବା ଭୁଲ ହେବ ବୋଲି ପୁଣି ଥରେ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.