Below header

୬ ମାସ ହେବ ଗଭୀର ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲା ୩ ବର୍ଷର ଶିଶୁ, ଏକ୍ସ-ରେ ଯାଞ୍ଚ ପରେ ଶରୀର ଭିତରୁ ମିଳିଲା ୧୧ଟି ଛୁଞ୍ଚି!

ତେଲେଙ୍ଗାନାରେ ୩ ବର୍ଷର ଏକ ଶିଶୁ ଶରୀରରୁ ୧୧ଟି ଛୁଞ୍ଚି ବାହାରିଛି। ଗତ ୬ ମାସ ହେବ ଶିଶୁଟି ଗଭୀର ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲା। ଛୁଞ୍ଚିଗୁଡ଼ିକ ଶିଶୁର ପିଠି ଏବଂ ଗୁପ୍ତାଙ୍ଗ ଆଖାପାଖରେ ରହିଥିଲା। ଶିଶୁକୁ ଯନ୍ତ୍ରଣା ହେଲେ ପ୍ରତ୍ୟେକ ଥର ତା’ର ବାପା, ମା’ ତାକୁ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ନେଇକି ଯାଉଥିଲେ। ତେବେ ପିଲାର ପିଠିରେ ଏକ ଛୁଞ୍ଚି ପଶିଥିବା ଦିନେ ମା’ ଦେଖିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଏକ୍ସ-ରେ ରିପୋର୍ଟରୁ ଶିଶୁ ଶରୀରର ତଳଭାଗରେ ୧୧ଟି ଛୁଞ୍ଚି ରହିଥିବା ଜଣାପଡ଼ିଥିଲା।

h2

ଭାନାପର୍ଥୀ ଜିଲା ଭିପନଙ୍ଗଡଲାରେ ରହୁଥିବା ପିଲାର ବାପା ପି. ଅଶୋକ ଓ ମା’ ଅନ୍ନପୂର୍ଣ୍ଣା କହିଛନ୍ତି, ତାଙ୍କ ପୁଅ ସବୁବେଳେ ପେଟ ଯନ୍ତ୍ରଣା ଯୋଗୁ କାନ୍ଦୁଥିଲା। ଔଷଧ ଖାଇଲେ କିଛି ସମୟ ପାଇଁ ଚୁପ୍‌ ହୋଇଯାଉଥିଲା, କିନ୍ତୁ ପ୍ରଭାବ କମିଗଲା ପରେ ସେ ପୁଣିଥରେ ଯନ୍ତ୍ରଣାରେ ଛଟପଟ ହେଉଥିଲା। ସେପଟେ ଡାକ୍ତର ଶ୍ରୀନିବାସ ରେଡ୍ଡୀଙ୍କ କହିବା ଅନୁଯାୟୀ, ‘ଅପରେଶନ କରାଯାଇ ଏବେ ୮ଟି ଛୁଞ୍ଚି ବାହାର କରାଯାଇଛି। ବାକି ଛୁଞ୍ଚିଗୁଡ଼ିକୁ ପରେ ବାହାର କରାଯିବ। ବର୍ତ୍ତମାନ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି’।

ଅପରପକ୍ଷେ ପରିବାରର କୌଣସି ଅତି ନିକଟତର ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିବା ଶିଶୁର ମା’, ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ସ୍ଥାନୀୟ ଥାନା ଅଧିକାରୀ ଓ୍ଵାହିଦ ଅଲ୍ଲୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.