Below header

Oppo Reno 3 Pro ପ୍ରଥମ ସେଲ ଆଜି, ଆଗାମୀ ୫ଜି ଫୋନକୁ ଦେବ କଡା ଟକ୍କର

ଓପୋର ଲାଟେଷ୍ଟ ସ୍ମାର୍ଟଫୋନ ରେନୋ ୩ ପ୍ରୋର ୮ ଜିବି ରାମ+୧୨୮ ଜିବି ଷ୍ଟୋରେଜ ବିଶିଷ୍ଟ ଭେରିୟଣ୍ଟର ପ୍ରଥମ ସେଲ ଆଜି ୧୨ଟା ଠାରୁ ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ଆରମ୍ଭ ହୋଇଯିବ। ଗ୍ରାହକଙ୍କୁ ଏହି ସେଲରେ ରେନୋ ୩ ପ୍ରୋର କିଣାକିଣି କରିବାରେ ଆକର୍ଷକ ଅଫର ଏବଂ ଡିସକାଉଣ୍ଟ ମିଳିବ। ଫୋନକୁ ଏକ୍ସଚେଞ୍ଜ ଏବଂ ନୋ କଷ୍ଟ ଇଏମଆଇ ଅପସନ ସହିତ କିଣାଯାଇହେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ନିକଟରେ ଏହି ଫୋନକୁ ଭାରତକୁ ବଜାର ପ୍ରବେଶ କରାଇଥିଲା। ତେବେ ଆସନ୍ତୁ ଜାଣିବା ଅପୋ ରେନୋ ୩ ପ୍ରୋର ଦାମ ଏବଂ ଅଫର୍ସ ବିଷୟରେ।

Oppo Reno 3 Proର ଦାମ

oppo renoଓପୋ ଏହି ଫୋନକୁ ୮ ଜିବି ରାମ+୧୨୮ ଜିବି ଷ୍ଟୋରେଜ ଏବଂ ୮ ଜିବି ରାମ+୨୫୬ ଜିବି ଷ୍ଟୋରେଜ ଭେରିୟଣ୍ଟ ସହିତ ବଜାରରେ ପ୍ରବେଶ କରାଇଛି। କମ୍ପାନୀ ପ୍ରଥମ ଭେରିୟଣ୍ଟର ଦାମ ୨୯,୯୯୦ ଟଙ୍କା ଏବଂ ଅନ୍ୟ ଭେରିୟଣ୍ଟର ଦାମ ୩୨,୯୯୦ ଟଙ୍କା ରଖାଯାଇଛି। ସେହିପରି ଦୁଇ ସ୍ମାର୍ଟଫୋନକୁ କମ୍ପାନୀର ଅଫିସିଆଲ ୱେବସାଇଟ ଏବଂ ଇ-କମର୍ସ ସାଇଟ ଫ୍ଲିପକାର୍ଟରେ ସେଲ୍‌ ପାଇଁ ଉପଲବ୍ଧ କରାଇଛି।
ଅଫର୍ସ ବିଷୟରେ କହିବାକୁ ଗଲେ ଜିଓ ନିଜର ଗ୍ରାହକଙ୍କୁ ଏହି ଫୋନର କ୍ରୟ ଉପରେ ଡାଟାର ସୁବିଧା ଦେବ। ଏହାଛଡା ଏଚଡିଏଫସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହଙ୍କୁ ଏହି ଫୋନର କ୍ରୟ ଉପରେ ୧୦% କ୍ୟାସବ୍ୟାକର ଅଫର ମିଳିବ। ଅନ୍ୟପଟେ ଓପୋ ୧,୦୦୦ ଲକି ଗ୍ରାହକଙ୍କୁ ବଡ୍ସ ମାଗଣାରେ ଦିଆଯିବ।

Oppo Reno 3 Proର ସମ୍ଭାବିତ ସ୍ପେସିଫିକେସନ

opooରିପୋର୍ଟ ଅନୁଯାୟୀ ୟୁଜର୍ସଙ୍କୁ ଏହି ଫୋନରେ ୪୮ ମେଗାପିକ୍ସେଲର ପ୍ରାଇମେରୀ ଲେନ୍ସ, ୧୩ ମେଗାପିକ୍ସେଲର ସେନସର ଏବଂ ୨ ମେଗାପିକ୍ସେଲର ସେନସର ଦିଆଯାଇଛି । ଏହାଛଡା ଉତ୍ତମ ପରଫମରମାନ୍ସ ପାଇଁ ୧୨ ଜିବି ରାମ ଏବଂ ସ୍ନାପଡ୍ରାଗନ ୭୬୦ ୫ଜିର ସପୋର୍ଟ ଦିଆଯାଯାଇଛି। ଏହାବ୍ୟତୀତ କମ୍ପାନୀ ଏହି ଡିଭାଇସରେ ୬.୫ ଇଞ୍ଚର ଏଚଡି ପଞ୍ଚହୋଲ ଡିସପ୍ଲେ ଦିଆଯାଯାଇଛି। ଯାହାର ୯୦ ହଟର୍ଜ ରିଫ୍ରେସ ରେଟ ରହିଛି।

Oppo Reno 3 Proର ବ୍ୟାଟେରୀ

ଓପୋର ଏହି ଫୋନରେ ୪,୦୨୫ ଏମଏଏଚ ବ୍ୟାଟେରୀ ସପୋର୍ଟ ଦିଆଯାଇଛି। ଅନ୍ୟପଟେ କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟ କହିଛନ୍ତି ୟୁଜର୍ସଙ୍କୁ ଏହି ଡିଭାଇସରେ ଡୁଆଲ ବ୍ୟାଣ୍ଡ ୫ଜି ସପୋର୍ଟ ମିଳିବ। ଏହାସହିତ ଏହି ଫୋନ ଆଗକୁ ଲଞ୍ଚ ହେବାକୁ ଥିବା ସମସ୍ତ ୫ଜି କନେକ୍ଟିଭିଟି ଡିଭାଇସକୁ କଡା ଟକ୍କର ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.