ପୁରୀ ଅସ୍ତରଙ୍ଗ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ବିଶାଳକାୟ ମୃତ ତିମି ଠାବ

ପୁରୀ: ବିଶାଳକାୟ ମୃତ ତିମି ଠାବ। ପ୍ରାୟ ୩୦ ଫୁଟ୍‌ ଲମ୍ବର ତିମି ମୃତଦେହ ଉଦ୍ଧାର ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ତିମିର ମୃତଦେହ ମିଳିଛି। ଏହାକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ ଜମିଛି। ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ବ୍ଲୁ ହୁୱେଲ୍‌ ପ୍ରଜାତିର ଏହି ତିମିର ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନାହିଁ। ୨୦୧୪ରେ କେଳୁଣୀ ମୁହାଣ ନିକଟ ନଦୀକୁ ସ୍ପର୍ମ ପ୍ରଜାତିର ୩୨ଫୁଟ ଲମ୍ବ ଏକ ତିମି ପଶିଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.