Below header

ମିଟିଂ ବେଳେ ୪ ସପ୍ତାହର ଶିଶୁକୁ କୋଳରେ ଧରି ବସିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଫଟୋ ଉଠାଇ ଭାଇରାଲ କଲେ ଅଫିସିଆଲ ଫଟୋଗ୍ରାଫର

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ମାର୍ଚ୍ଚ ୨ରେ ପ୍ରଧାନମନ୍ତ୍ରୀଙ୍କ କାଯ୍ୟର୍ାଳୟରେ ଉଠାଯାଇଥିଲା। ଫଟୋରେ ଦେଖିବାକୁ ମିଳୁଛି କି, ମିଟିଂ ବେଳେ ଟ୍ରୁଡୋ ୧ ମାସର ଶିଶୁକନ୍ୟା ‘ସ୍କଟି’ଙ୍କୁ କୋଳରେ ଧରି ବସିଛନ୍ତି।

ଟ୍ରୁଡୋଙ୍କ ଅଫିସିଆଲ ଫଟୋଗ୍ରାଫର ଏଡମ୍‌ ସ୍କଟି ଫଟୋଟିକୁ ପୋଷ୍ଟ କରି କ୍ୟାପସନ ଲେଖିଛନ୍ତି ଯେ ‘ଝିଅ ସ୍କଟି ୪ ସପ୍ତାହ ବୟସରେ ନିଜ ପ୍ରଥମ ପିଏମ୍‌ଓ ମିଟିଂରେ ଯୋଗଦେଇଛି’। ଏଡମ୍‌ ନିଜ ପେଜ୍‌ରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି। ପ୍ରଥମ ଫଟୋରେ ଟ୍ରୁଡୋ ଶିଶୁ ଆଡ଼କୁ ଚାହିଁଥିବା ବେଳେ ଦ୍ୱିତୀୟ ଫଟୋରେ ଶିଶୁକୁ କୋଳରେ ବସାଇ ନିଜର ମୁଖ୍ୟ କର୍ମଚାରୀ କେଟି ଟେଲଫୋର୍ଡଙ୍କ ସହିତ କଥା ହେଉଥିବା ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏହି ଫଟୋକୁ ୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.