Below header

ବାଲିଗୁଡା: ଗଞ୍ଜୁବାଡି ନାଳ ନିକଟରୁ ଦୁଇ ହାତ ବନ୍ଧା ଏବଂ ମୁଣ୍ଡ ନଥିବା ମୃତଦେହ ଠାବ, ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍

ବାଲିଗୁଡା : ବାଲିଗୁଡା ଗଞ୍ଜୁବାଡି ନାଳ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ । ମୃତ ଦେହଟିର ଦୁଇ ହାତ ବନ୍ଧା ଯାଇଥିବା ବେଳେ ମୁଣ୍ଡ ନଥିବା ଜଣାପଡିଛି । ତାଙ୍କୁ ହତ୍ୟା କରାଯିବା ପରେ ଦୁଇ ହାତ ବାନ୍ଧି ଅଖାରେ ଗୁଡାଇ ନାଳରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡା ଏସଡିପିଓ ଓ ମିଳିତ ଟିମ୍‌ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରାଯାଇ ସରଜମିନ ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି, ସେନେଇ ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା କହିଛନ୍ତି ବାଲିଗୁଡା ଏସଡିପିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.