ଏବେ କରୋନା ଭାଇରସରୁ ରକ୍ଷା କରିବା Be a Batman ସୁଟ୍‌

କରୋନା ଭାଇରସ ଧିରେ ଧିରେ ସମଗ୍ର ବିଶ୍ୱରେ ବ୍ୟାପିସାରିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ କରୋନା ଭାଇରସରୁ ସଂକ୍ରମିତ ହୋଇସାରିଛନ୍ତି। ସୂଚନା ମୁତାବକ ବର୍ତ୍ତମାନ WHO (ଓ୍ଵାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ) ପକ୍ଷରୁ କରୋନା ଭାଇରସକୁ ପୃଥିବୀ ସମ୍ବନ୍ଧୀୟ କ୍ଷତି ଦର୍ଶାଇବା ସହ ସୂଚନା ଜାରୀ କରିଛନ୍ତି। ଏହାମଧ୍ୟରେ ଲୋକମାନଙ୍କ ଜୀବନ ବଞ୍ଚାଇବା ପାଇଁ ଚୀନର ଜଣେ ଆର୍କିଟେକ୍ଟ ଦୟାଙ୍ଗ ସନ୍‌ ଏପରି ଏକ ସୁଟ୍‌ ତିଆରି କରିଛନ୍ତି, ଯାହା କରୋନା ଭାଇରସରୁ ରକ୍ଷା କରିବାରେ ସବୁଠାରୁ ଭଲ ବିକଳ୍ପ କୁହାଯାଉଛି। ରିପୋର୍ଟ ଅନୁଯାୟୀ ଦୟାଙ୍ଗ ଏକ ଖାସ୍‌ ପ୍ରୋଟେକ୍ଟିଭ ଷ୍ଟକ୍ଚର(ଫାଇବର ଫ୍ରେମ୍‌) ଡିଜାଇନ ସୁଟ୍‌ ତିଆରି କରିଛନ୍ତି, ଯାହାକୁ ପିନ୍ଧି ୟୁଜର ନିଜକୁ କରୋନା ଭାଇରସରୁ ରକ୍ଷା କରିପାରିବେ। ଏହି ସୁଟ୍‌ ଦେଖିବାକୁ ବାଦୁଡି ଭଳି। ଏହିକାରଣରୁ ଏହାର ନାଁ Be a Batman ରଖାଯାଇଛି।

batmanଏହି ସୁଟ୍‌ ବ୍ୟକ୍ତିଙ୍କୁ ଏକ ଫ୍ରେମ୍‌ ଭିତରେ ରଖିଥାଏ, ଯାହାଦ୍ୱାରା କରୋନା ଭାଇରସରୁ ରକ୍ଷା କରାଯାଇପାରିବ। ଥର୍ମୋପ୍ଲାଷ୍ଟିକ୍‌ ମ୍ୟାଟେରିଆଲରେ ତିଆରି ହୋଇଥିବା ଏହି ଫ୍ରେମ୍‌ ୟୁଜରଙ୍କ ଚାରିପଟେ ସୁରକ୍ଷା ଲେୟାର ସୃଷ୍ଟି କରିଥାଏ। ଏହାକୁ ପଛରେ ବ୍ୟାଗ ପକାଇବା ଭଳି ପିନ୍ଧାଯାଇପାରିବ। ଚାରିପଟ ବନ୍ଦ ହୋଇଥିବା କାରଣରୁ UV (ଅଲଟ୍ରା-ଭାୟୋଲେଟ୍‌) ରେଂଜ ଏହା ଭିତରେ ପହଞ୍ଚିଥାଏ ଏବଂ ଭିତରର ତାପମାନ ବାହାର ତାପମାନ ଠାରୁ ଅଧିକ ରହିଥାଏ। UV ଲାଇଟସ୍‌କୁ ନେଇ WHO (ଓ୍ଵାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ) ପକ୍ଷରୁ କୁହାଯାଇଛି ଅଧିକା ସମୟ ଏହା ସମ୍ପର୍କରେ ରହିବା ଦ୍ୱାରା ସ୍କିନ୍‌ ବିରକ୍ତିଭାବର ଶିକାର ହୋଇପାରେ।

caronaଦୟାଙ୍ଗଙ୍କ କହିବାନୁଯାୟୀ Be a Batman ସୁଟ୍‌ କାରର ଓ୍ଵିଡସଲ୍ଡ ଭଳି ହୋଇଥାଏ। ଏଥିରେ କିଛି ତାର ଦିଆଯାଇଛି, ଯାହା ଥଣ୍ଡା ଦିନେ କାଚରେ ବରଫ ଜମିବାକୁ ଦେଇନଥାଏ। ଏହି ପ୍ରଡକ୍ସନ ଆରମ୍ଭ କରିବା ପାଇଁ ବର୍ତ୍ତମାନ କାମ ଆରମ୍ଭ କରାଯିବ କିନ୍ତୁ ଦୟାଙ୍ଗ ଙ୍କ ଏହି ସୁଟ୍‌କୁ ଦୁନିଆକୁ ଆଣିବା ପାଇଁ ବର୍ତ୍ତମାନ ଅର୍ଥବିନିଯୋଗକାରୀଙ୍କ ଅନେ୍ଵଷଣ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.