Below header

ଦେଶର ଏହି କଲେଜର ୮୦ଜଣ ଛାତ୍ରୀ ଦାନ କଲେ ନିଜ ୧୦ ଇଞ୍ଚ ଲମ୍ବା କେଶ, କ୍ୟାନସର ପୀଡ଼ିତଙ୍କ ପାଇଁ ତିଆରି ହେବ ଓ୍ଵିଗ୍‌

ତାମିଲନାଡୁର କୋୟମ୍ବଟୁରରେ ଏକ ଘରୋଇ କଲେଜର ୮୦ଜଣ ଛାତ୍ରୀ ନିଜ କେଶ କାଟି ଦାନ କରିଛନ୍ତି। ଏହାକୁ କ୍ୟାନସର ପୀଡ଼ିତଙ୍କ ପାଇଁ ଓ୍ଵିଗ୍‌ସ ତିଆରିରେ ବ୍ୟବହାର କରାଯିବ। ଛାତ୍ରୀମାନେ କହିଥିଲେ, ‘ଆମେ ରୋଗୀମାନଙ୍କୁ ଆର୍ଥିକ ସହାୟତା କରିପାରିବୁ ନାହିଁ, ତେଣୁ କେଶ କାଟି ଦାନ କରଛୁ। ଆମ କେଶରୁ ତିଆରି ହେବାକୁ ଥିବା ଓ୍ଵିଗ୍‌ ପିନ୍ଧିଲେ କ୍ୟାନସର ରୋଗୀଙ୍କ ମୁହଁରେ ହସ ଫୁଟିବ’।

କ୍ୟାନସର ପୀଡ଼ିତଙ୍କୁ ସାହାଯ୍ୟ କରୁଥିବା ମୁମ୍ବାଇର ଏକ ସଂସ୍ଥା ‘ମଦତ ଟ୍ରଷ୍ଟ’ର ମୁତାବକ, ଓ୍ଵିଗ୍‌ ତିଆରି ପାଇଁ ସାଧାରଣତଃ ୧୦ ଇଞ୍ଚର ଲମ୍ବା କେଶ ଆବଶ୍ୟକ ହୋଇଥାଏ। କଲେଜର ଜଣେ ଛାତ୍ରୀ କହିଥିଲେ, ‘ମୁଁ ଏଠାରେ ୮ ଇଞ୍ଚର କେଶ କାଟି ଦାନ କରିଛି। କେଶ ଦାନ କରିବା ପାଇଁ କଲେଜର ୮୦ଜଣ ଛାତ୍ରୀ ରେଜିଷ୍ଟ୍ରେଶନ କରିଥିଲେ। ଏବେ ଆହୁରି ଛାତ୍ରୀ ଏଥିରେ ସାମିଲ ହେବ। ଏହି ସଂଖ୍ୟା ୨୦୦ ପଯ୍ୟର୍ନ୍ତ ପହଞ୍ଚିଯାଇପାରେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.