Below header

ଓଡ଼ିଶାର ୪ରାଜ୍ୟସଭା ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ। ଓଡ଼ିଶାର ୪ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ସରୋଜିନୀ ହେମ୍ବ୍ରମ୍‌, ନରେନ୍ଦ୍ର କୁମାର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେହିପରି ଖାଲି ପଡ଼ିଛି ଅନୁଭବ ମହାନ୍ତିଙ୍କ ଆସନ । କାହା ନାଁରେ ବିଜେଡି ସୁପ୍ରିମୋ ମାରିବେ ମୋହର ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଲାଗି ରହିଛି। ଏସବୁ ଭିତରେ ପଶ୍ଚିମ ଓଡ଼ିଶା ନେତା ଓ ମହିଳାଙ୍କୁ ଗୁରୁତ୍ୱ ଦେଇପାରେ ବିଜେଡି । ସେ ଦୃଷ୍ଟିରୁ ଦେଖିଲେ ପୂର୍ବତନ ସାଂସଦ କଳିକେଶ ସିଂଦେଓ , ରାଜ୍ୟ ଉନ୍ନୟନ ପରିଷଦର ଉପଦେଷ୍ଟା ସୁଜିତ୍‌ କୁମାରଙ୍କ ନାଁ ଚର୍ଚ୍ଚାରେ ରହିଛି।

ଆଦିବାସୀ ଓ ମହିଳା ହୋଇଥିବାରୁ ସାଂସଦ ସରୋଜିନୀ ହେମ୍ବ୍ରମ ରିପିଟ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ୧୩ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୧୬ତାରିଖ ଯାଞ୍ଚ ପ୍ରକ୍ରିୟାର ଶେଷ ତାରିଖ ଥିବାବେଳେ ୧୮ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ମାର୍ଚ୍ଚ ୩୦ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସରିବ । ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହା ଭିତରେ ରହିଛି ଓଡ଼ିଶାର ୪ଟି ରାଜ୍ୟସଭା ଆସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.