ଏହି ଦେଶରେ ରାଷ୍ଟ୍ରପତି ଭବନର ସୁରକ୍ଷା କରିଥାନ୍ତି ଚିଲ ଏବଂ ପେଚା, ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ପ୍ରାୟତଃ ଦେଶରେ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ବରେ ଟ୍ରେଣ୍ଡ କମାଣ୍ଡ ବା ଆର୍ମି ରହିଥାନ୍ତି। କିନ୍ତୁ ଦୁନିଆରେ ଏଭଳି କିଛି ଦେଶ ରହିଛି ଯେଉଁଠାରେ ରାଷ୍ଟ୍ରପତି ଭବନର ସୁରକ୍ଷା ଚିଲ ଏବଂ ପେଚା କରିଥାନ୍ତି। ଏହି ରହସ୍ୟ ପଛରେ ଏକ ଖାସ୍ କାରଣ ରହିଛି। ବାସ୍ତବରେ ରୁଷରେ ରାଷ୍ଟ୍ରପତି ଭବନ କ୍ରେମଲିନ ଏବଂ ତାହାର ଆଖ ପାଖରେ ଥିବା ପ୍ରମୁଖ ସରକାରୀ କୋଠାର ସୁରକ୍ଷା ପାଇଁ ଦେଶର ରକ୍ଷା ବିଭାଗ ଚିଲ ଏବଂ ପେଚା ପକ୍ଷୀମାନଙ୍କୁ ନେଇ ଏକ ଟିମ୍ ତିଆରି କରିଛି। ଶିକାରୀ ପକ୍ଷୀମାନଙ୍କର ଏହି ଟିମ୍ ୧୯୮୪ ମସିହାରେ ଗଠନ କରାଯାଇଥିଲା, ଯାହା ମଧ୍ୟରେ ୧୦ରୁ ଅଧିକ ଚିଲ ଏବଂ ପେଚା ରହିଥିଲେ। ଏହି ଚିଲ ଏବଂ ପେଚାମାନଙ୍କୁ ସୁରକ୍ଷା ଦାୟିତ୍ବ ତୁଲାଇବା ପାଇଁ ଖାସ୍ ଟ୍ରେନିଙ୍ଗ ଦିଆଯାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ କାଉ ଠାରୁ ରାଷ୍ଟ୍ରପତି ଭବନ ସୁରକ୍ଷା ପାଇଁ ଏହି ପକ୍ଷୀମାନଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରକ୍୍ତରେ କାଉର ମଳ-ମୂତ୍ରରେ ରାଷ୍ଟ୍ରପତି ଭବନର ପରିବେଶ ଅପରିଷ୍କାର ହେଉଥିବାରୁ ଏହି ସେମାନଙ୍କୁ ଦୂରକୁ ପଠାଇବା ପାଇଁ ଏହି ପକ୍ଷୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ପକ୍ଷୀମାନେ ଗାର୍ଡଭଳି କାମ କରିଥାନ୍ତି ।
ରାଷ୍ଟ୍ରପତି ଭବନର ସୁରକ୍ଷା ପାଇଁ ପକ୍ଷୀମାନଙ୍କ ଟିମ୍ ମଧ୍ୟରେ ୨୦ ବର୍ଷର ଏକ ଚିଲ ଅଲ୍ଫା ଏବଂ ଫିଲେସ ନାମର ଏକ ପେଚା ରହିଛି। ଖାସ୍ କତା ହେଉଛି ଏଠାରେ କାଉର ଶଦ୍ଦ ଶୁଣିବା ମାତ୍ରେ ଏହି ପକ୍ଷୀମାନେ ତୁରନ୍ତ ସେମାନଙ୍କୁ ଝାମ୍ପ ପକାଇ ଦୂରକୁ ଭଗାଇଦେଇଥାନ୍ତି ବା ମାରିଦେଇଥାନ୍ତି ।
କ୍ରେମଲିନ ଏବଂ ତାହାର ପାଖରେ ଥିବା ସମ୍ପତିର ଦେଖାଶୁଣା କରୁଥିବା ପୋୱେଲ ମାଲକୋବଙ୍କ ମତ ଅନୁଯାୟୀ ସୋଭିଏତ ସଂଘର ଆରମ୍ଭରେ ଏହି ସମ୍ପତିର ସୁରକ୍ଷା ପାଇଁ ଏବଂ କାଉମାନଙ୍କୁ ମାରିବା ପାଇଁ ଗାର୍ଡମାନଙ୍କୁ ନିୟୋଜିତ କରାଯାଇଥିଲା। ଏଥି ସହ ସେମାନଙ୍କୁ ଭୟ କରାଇବା ପାଇଁ ଶିକାରୀମାନେ ପକ୍ଷୀମାନଙ୍କ ଶଦ୍ଦର ରେକଡିଂ ବ୍ୟବହାର କରୁଥିଲେ, କିନ୍ତୁ ଏହି ସବୁ ଉପାୟ ଫେଲ ମାରିଯାଇଥିଲା।
ଏହି ପକ୍ଷୀମାନଙ୍କୁ ବର୍ତ୍ତମାନ ଏକ ନୂଆ ଉପାୟରେ ଟ୍ରେନିଙ୍ଗ ଦିଆଯାଉଛି, ଯେପରି ଏକ ଛୋଟ ଡ୍ରୋନ ମଧ୍ୟ ରାଷ୍ଟ୍ରପତି ଭବନ ପାଖାପାଖି ଦେଖାଯାଏ ତେବେ ତାହା ସହ ମଧ୍ୟ ଲଢିପାରିବେ।