କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ ଏକ କାରରୁ ୯ ଲକ୍ଷ ଟଙ୍କା ଜବତ

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ ଏକ କାରରୁ ୯ ଲକ୍ଷ ଟଙ୍କା ଜବତ । ଗାଡ଼ିର ମାଲିକ ବସନ୍ତ ଦାସ । ତାଙ୍କ ଘର ଆଳି ବ୍ଲକର କଅଁରପୁରରେ । ନିର୍ବାଚନ ପାଇଁ ଫ୍ଲାଇଂ ସ୍କ୍ଵାଡ ଯାଞ୍ଚ କରିବା ବେଳେ ଏହି ଟଙ୍କା ଜବତ କରିଛି । ପ୍ରାଥମିକ ତଦନ୍ତରୁ ବସନ୍ତଙ୍କର ତେଲ ଟାଙ୍କି ଥିବାରୁ ଏହା ବେପାର ଟଙ୍କା ବୋଲି ଜଣାପଡ଼ିଛି । ପଟ୍ଟାମୁଣ୍ଡାଇ ପୋଲିସ ବସନ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।