୩୦ ଏପ୍ରିଲ୍ ପରେ ଏହି ସବୁ ସ୍ମାର୍ଟଫୋନରେ କାମ କରିବନି ଫେସବୁକ୍, ଦେଖନ୍ତୁ ଆପଣଙ୍କ ଫୋନ୍ ନାହିଁ ତ ଏହି ଲିଷ୍ଟରେ

କିଛି ଫୋନରୁ ଅବସର ନେବାକୁ ପ୍ଲାନ୍ କରୁଛି ଫେସବୁକ । ୩୦ ଏପ୍ରିଲ୍ ପରେ ଓ୍ଵିଣ୍ଡୋଜ୍ ଫୋନରୁ ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ୍ ଆପ୍ ଆଦି ସବୁଦିନ ପାଇଁ ବନ୍ଦ ହୋଇଯିବ । ମାଇକ୍ରୋସଫ୍ଟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଚଳିତ ମାସ ଶେଷ ସୁଦ୍ଧା ଓ୍ଵିଣ୍ଡୋଜ ଫୋନରୁ ନିଜ ସଫୋର୍ଟ ହଟାଇନେବ ଫେସବୁକ୍ । ତେବେ ଓ୍ଵିଣ୍ଡୋଜ୍ ୟୁଜର୍ ଥାର୍ଡ ପାର୍ଟି ଆପ୍ ଏବଂ ମୋବାଇଲ୍ ଭର୍ସନ ସାହାଯ୍ୟରେ ଏହି ସବୁ ଆପ୍ ବ୍ୟବହାର କରିପାରିବେ

ଏହା ପୂର୍ବରୁଓ୍ଵିଣ୍ଡୋଜର ଅନେକ ଫୋନରୁ ହ୍ଵାଟ୍ସଆପ୍ ନିଜ ସପୋର୍ଟ ହଟାଇନେଇଥିଲା । ତେବେ ଓ୍ଵିଣ୍ଡୋଜ୍ ୮.୧ ଏବଂ ୧୦ରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ମେସେଞ୍ଜରର ୱେବ୍ ଭର୍ସନ କାମ କରିବ । ତେବେ ଏସବୁ ଫୋନରେ ହ୍ଵାଟ୍ସଆପ୍ କାମ କରିବ କି ନାହିଁ ଜଣା ପଡିନାହିଁ । ଯେଉଁମାନଙ୍କର ୱିଣ୍ଡୋଜ୍ ଫୋନ୍ ସେମାନଙ୍କୁ କମ୍ପାନୀ ଏନେଇ ନୋଟିଫିକେସନ୍ ମାଧ୍ୟମରେ ସୂଚନା ଦେଇ ଦେଇଛି । ଯଦି ଆପଣଙ୍କର ବି ଏହି ଫୋନ୍ ତେବେ ୩୦ ଏପ୍ରିଲ୍ ପୂର୍ବରୁ ଏହିସବୁ ଆପ୍ ଆପଣଙ୍କ ମୋବାଇଲରେ ବନ୍ଦ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.